www.samajalive.in
Saturday, December 13, 2025
26.1 C
Bhubaneswar

ଫୁଟପାଥରେ ଶୋଇଥିବା ଯୁବକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ସାଂସଦଙ୍କ ଝିଅ

ସମାଜ ଡିଜିଟାଲ ଡେସ୍କ: ଚେନ୍ନାଇର ବେସନ୍ତ ନଗରରେ ଏକ ହିଟ୍‌‌ ଆଣ୍ଡ ରନ୍‌‌ ମାମଲା ସାମ୍ନାକୁ ଆସିଛି। ରାସ୍ତାପାର୍ଶ୍ବ ଫୁଟ୍‌‌ପାଥରେ ଶୋଇଥିବା ଯୁବକଙ୍କ ଉପରେ କାର୍‌‌ ଚଢ଼ାଇ ଦେଇଛନ୍ତି ୱାଇଏସଆର କଂଗ୍ରେସର ଜଣେ ସାଂସଦଙ୍କ ଝିଅ ବୀଡ଼ା ମାଧୁରି। ଏହି ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ପୁଲିସ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରିବା ପରେ ଥାନାରୁ ଜାମିନରେ ଛାଡ଼ି ଦେଇଛି। ମଙ୍ଗଳବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ମୃତ ଯୁବକଙ୍କ ନାମ ହେଉଛି ସୂର୍ଯ୍ୟା। ସେ ବେସନ୍ତ ନଗର ଅନ୍ତର୍ଗତ ଉରୁର କୁପ୍ପମ ଅଞ୍ଚଳରେ ରହୁଥିଲେ। ସୋମବାର ରାତିରେ ସ୍ତ୍ରୀଙ୍କ ସହିତ ଝଗଡ଼଼ା ହେବାରୁ ସେ ରାଗିଯାଇ ଘରୁ ପଳାଇ ଆସି ମଦ୍ୟପାନ କରିଥିଲେ। ପ୍ରାୟ ୨ କିଲୋମିଟର ଚାଲି ଚାଲି ଆସି ସେ ଟାଇଗର ବରାଦାଚାରି ସଲାଇ ନିକଟ ରାସ୍ତାପାର୍ଶ୍ବ ଫୁଟ୍‌‌ପାଥରେ ଶୋଇପଡ଼ିଥିଲେ। ସ୍ତ୍ରୀ ବନିତା ତାଙ୍କୁ ଖୋଜି ଖୋଜି ଆସି ସେଠାରେ ପହଞ୍ଚିଥିଲେ। ସ୍ୱାମୀଙ୍କୁ ନିଶାସକ୍ତ ଅବସ୍ଥାରେ ଦେଖି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ସୂର୍ଯ୍ୟା ନ ଉଠିବାରୁ ବନିତା ଟିକେ ଦୂରକୁ ଯାଇ ବନ୍ଧୁବାନ୍ଧବଙ୍କୁ ଫୋନ କରିଥିଲେ। ମାତ୍ର ଏହି ସମୟରେ ଏକ କାର ଦ୍ରୁତ ଗତିରେ ଆସି ସୂର୍ଯ୍ୟାଙ୍କ ଉପରେ ଚଢ଼ିଯାଇଥିଲା। କାର ଚଳାଉଥିଲେ ୱାଇଏସଆର କଂଗ୍ରେସ ସାଂସଦଙ୍କ ଝିଅ ମାଧୁରି। ଦୁର୍ଘଟଣା ପରେ ସେ ଗାଡ଼ି ଅଟକାଇ ଆମ୍ବୁଲାନ୍ସଙ୍କୁ ଫୋନ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏକଜୁଟ ହେବାରୁ ସେ ଭୟରେ ସ୍ଥାନ ଛାଡ଼ି ପଳାଇଥିଲେ।

- Advertisement -

ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୂର୍ଯ୍ୟାଙ୍କୁ ଡାକ୍ତରଖାନା ନେଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ମାଧୁରିଙ୍କ ଜଣେ ବନ୍ଧୁଙ୍କ ଘରୁ ଗାଡ଼ି ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲା। ମାତ୍ର ସେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉ ନ ଥିବାରୁ ତାଙ୍କୁ ଜାମିନରେ ଛାଡ଼ିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories