www.samajalive.in
Friday, December 12, 2025
23.1 C
Bhubaneswar

ଚୋରା କାଠଗଣ୍ଡି ସହ ସାମଗ୍ରୀ ଜବତ

ଟିଟିଲାଗଡ଼: ଟିଟିଲାଗଡ଼ ବନାଞ୍ଚଳ ପକ୍ଷରୁ ଆଜି ସହରର ବିଭିନ୍ନ ୩ଟି ସ୍ଥାନରେ ଚଢ଼ାଉ ସହ ବ୍ୟାପକ ପରିମାଣରେ ଶାଗୁଆନ, ଶାଳ ତଥା ବିଭିନ୍ନ ଗଛର ଗଣ୍ଡି, ପଟା ସହ ବିଭିନ୍ନ କାଠରୁ ପ୍ରସ୍ତୁତ ସାମଗ୍ରୀ, କରତ ତଥା ଅନ୍ୟ କାଠ କଟା ମେସିନ, ଉପକରଣ ଜବତ କରାଯାଇଛି। ଟିଟିଲାଗଡ଼ ବନାଞ୍ଚଳରେ ରେଞ୍ଜ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ କାଠ ମାଫିଆଙ୍କ ଉପରେ ଏଭଳି ବ୍ୟାପକ ଚଢ଼ାଉ ଚର୍ଚ୍ଚାର ବିଷୟ ହୋଇଛି।

ଏନେଇ ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବନାଞ୍ଚଳ ଅଧିକାରୀ ଶ୍ରୀ ସୁବୁଦ୍ଧିଙ୍କ ସୂଚନା ଅନୁସାରେ ସହରର ବିଭିନ୍ନ ସ୍ଥାନରେ ଚୋରାରେ କାଠ ବେପାର ଚାଲିଥିବା ଖବର ପାଇ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ପରାମର୍ଶ କ୍ରମେ ଟିଟିଲାଗଡ଼ ଏବଂ ସଇଁତଲା ରେଞ୍ଜ କାର୍ଯ୍ୟାଳୟର ଟିମ ମିଳିତ ଚଢ଼ାଉ କରିଥିଲେ। ସହରର ତିନୋଟି ସ୍ଥାନରେ ରେଡ ସମୟରେ ପଲଙ୍କ, ସୋଫା, କାଠ ପଟା, ଚଉକୁଠ, କାଠ ଗଣ୍ଡି ଆଦି ଲକ୍ଷାଧିକ ଟଙ୍କାର ପ୍ରାୟ ୧୫୦ ବର୍ଗ ଫୁଟ କାଠ ଜବତ ହୋଇଛି।ଏନେଇ କିଛି ଜଣକୁ ଡାକି ପଚରାଊଚୁରା ସହ ଅଧିକ ତଦନ୍ତ ଜାରି ରହିଛି।

- Advertisement -

ଏହି ଚଢ଼ାଉରେ ରେଞ୍ଜ ଅଧିକାରୀଙ୍କ ସମେତ ବନପାଳ ସୁରେନ୍ଦ୍ର ମହାରଣା, ବିପିନ ସାହୁ, ଅମରେଶ ବୁଡ଼େକ, ସୁଶିଲ ପୁଟା, ବନରକ୍ଷୀ ନମିତା ତାଣ୍ଡି, ତପସ୍ୱିନୀ ରଣା, ସୁଜିତ ମୁଣ୍ଡା, ପିତାମ୍ବର ମାଝୀ, ଜ୍ୟୋତିରଞ୍ଜନ ବଗର୍ତି, ଛନ୍ଦାଚରଣ ଜାନି, ସଞ୍ଜୀବ କଟା, ହିମାଂଶୁ ବେହେରା ପ୍ରମୁଖ ସାମିଲ ଥିଲେ।

Hot this week

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

Related Articles

Popular Categories