www.samajalive.in
Sunday, December 14, 2025
16.1 C
Bhubaneswar

ସମ୍ବର ମାଂସ ସହ ଦେଶୀ ବନ୍ଧୁକ ଜବତ, ୬ ଗିରଫ

ନାକଟିଦେଉଳ: ସମ୍ବଲପୁର ଜିଲା ଖଳାଶୁଣୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ବନ୍ୟଜନ୍ତୁ ଶିକାର କରାଯାଇ ଅବାଧରେ ବାଇକ ଯୋଗେ ବାହାରକୁ ଚୋରା ଚାଲାଣ କରାଯାଉଥିବାବେଳେ ବନ୍ୟପ୍ରାଣୀ ଅଭୟାରଣ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ସମୟରେ ୧୧କେଜି ସମ୍ବର ମାଂସ ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯିବା ସହ ଏଥିରେ ସଂପୃକ୍ତ ୬ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ବନ୍ୟପ୍ରାଣୀ ଶିକାର କରିବା ଏବଂ ତାର ମାଂସ ଚୋରା ଚାଲାଣ କରିବା ଅଭିଯୋଗରେ ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମର ବିଜୟ କୁମାର ବେହେରା ଏବଂ ଅବନୀ ସ୍ୱାଇଁଙ୍କୁ ଗିରଫ କରାଯାଇଥିବାବେଳେ ଏଥିରେ ସହଯୋଗ କରିଥିବା ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମର ଚିତ୍ରସେନ ଦେହୁରୀ, ନୂତନ ମଣ୍ଡୁଆମ ଗ୍ରାମର ବସନ୍ତ କିସାନ, ମକୁନ୍ଦ ସିଂ ଏବଂ ଧନେଶ୍ୱର ସିଂଙ୍କୁ ଗିରଫ କରାଯାଇଛି। ଏଥି ସହିତ ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ସମେତ ୩ଟି ଅଫୁଟା ଗୁଳି, ୧ଟି ବାରୁଦ ଗୁଳା, ୩କେଜି ତାର, ୨୫ବଣ୍ଡଲ ଫାସ, ୨ଟି କଟୁରୀ ଜବତ କରିଯାଇଛି। ଅପରପକ୍ଷେ ଜନ୍ତୁ ମାଂସ ଚୋରା ଚାଲାଣରେ ବ୍ୟବହୃତ ଏକ ବାଇକ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।

ବାମରା ବନଖଣ୍ଡ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ଜଙ୍ଗଲରୁ ଗତ ରବିବାର ଦିନ ସଂପୃକ୍ତ ଶିକାରୀମାନେ ଏକ ସମ୍ବରକୁ ଦେଶୀ ବନ୍ଧୁକରେ ଶିକାର କରିବା ପରେ ତାର ମାଂସକୁ କିସିଣ୍ଡା ଅଞ୍ଚଳରୁ ରିଆମାଳ ଅଞ୍ଚଳକୁ ବାଇକରେ ଚାଲାଣ କରାଯାଉଥିବା ସଂପର୍କରେ କୌଣସି ସୁତ୍ରରୁ ଖବର ପାଇ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ କିସିଣ୍ଡା-ଗୋଧିଢିପ ରାସ୍ତାର ବଳମ ନିକଟ ପିତାବଳୀଖମଣଠାରେ ଚଢାଉ କରିଥିଲେ। ତେବେ ଚଢାଉବେଳେ ବିଜୟ କୁମାର ବେହେରା ଏବଂ ଅବନୀ କୁମାର ସ୍ୱାଇଁଙ୍କ ସଂପୃକ୍ତ ବାଇକ ଡିକିରୁ ୧୧କେଜି ଜନ୍ତୁ ମାଂସ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲେ। ଗିରଫ ପରେ ସଂପୃକ୍ତ ୨ଜଣଙ୍କୁ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ କରିବା ସହ ପଚରା ଉଚରା କରିଥିଲେ। ତେବେ ତଦନ୍ତ ସମୟରେ ଏହି ୨ଜଣ ବ୍ୟକ୍ତି ଘଟଣା ସଂପର୍କରେ ସମସ୍ତ ତଥ୍ୟ ସ୍ୱୀକାର କରିବା ପରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରିଥିଲେ। ଗିରଫ ସଂପୃକ୍ତ ୬ଜଣ ଆସାମୀଙ୍କୁ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୯,୩.୪୯,୪.୨୭ରେ ସୋମବାର ଦିନ ରେଢାଖୋଲ ଅଦାଲତ ଚାଲାଣ କରାଯାଇଥିବା ଜଣାପଡ଼ିଛି। ତେବେ ସଂପୃକ୍ତ ଆସାମୀମାନଙ୍କର ଜାମିନ ଆବେଦନକୁ କୋର୍ଟ ନାମଞ୍ଜୁର କରିଦେଇ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି। କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଫରେଷ୍ଟର ଅନୁରାଧା ଖର୍ସେଲ, ଭୁବନେଶ୍ୱର ପାଣି, ଫରେଷ୍ଟଗାର୍ଡ଼ ନିହାର ରଂଜନ ବଡ଼ପଣ୍ଡା ଏବଂ ଲିଲି ବିଶିଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories