www.samajalive.in
Sunday, December 14, 2025
23.1 C
Bhubaneswar

ବିଜୟନଗରରେ ପାନୀୟ ଜଳ ସମସ୍ୟା, ପ୍ରତିବାଦରେ ପମ୍ପ ହାଉସରେ ତାଲା ପକାଇଲେ ମହିଳା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ବିଜୟନଗରରେ ପାନୀୟ ଜଳ ସମସ୍ୟା ପ୍ରତିବାଦରେ ମହିଳା ମାନେ ପମ୍ପ ହାଉସରେ ତାଲା ପକାଇଥିବା ଦେଖିବାକୁ ମିଳିଛି। ୨୦୦୯ ମସିହାରେ ବିଜୟନଗର ଗ୍ରାମ ପାଇଁ ଏକ ବୋରୱେଲ ଖନନ କରି ସେଥିରେ ବିଜୟନଗର ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ହେଉଥିଲା। ବିଜୟନଗର ଗ୍ରାମରେ ୫୦୦ରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଛି। ଗ୍ରାମରେ ୮ଟି ଷ୍ଟାଣ୍ଡ ପଏଣ୍ଟ ଦିଆଯାଇଛି। ନାଚି ଟିକିରାରେ ୩୫ ଘରକୁ ୨୦୦ ଜନସଂଖ୍ୟା ଓ ବଡ ଟିକିରାରେ ୫୦ ଘରକୁ ୩୦୦ ଜନସଂଖ୍ୟା ରହିଛି। ବିଜୟନଗର ପ୍ରକଳ୍ପ ଦ୍ବାରା ତିନୋଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ କରାଯାଉଛି। ବିଜୟନଗର ଗୋଟିଏ ଗ୍ରାମ ପାଇଁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ କରାଯାଇଥିଲା।ସେଥିରୁ ନାଚି ଟିକିରାକୁ ବିଶୁଦ୍ଧ ପାନୀୟ ଦିଆଗଲା। ତାପରେ ବଡ ଟିକିରାକୁ ମଧ୍ୟ ପାନୀୟ ଜଳ ଯୋଗାଣ କରାଗଲା। ପ୍ରାୟ ୨ ବର୍ଷ ହେବ ଠିକ ଭାବରେ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ନାଚି ଟିକିରା ଓ ବଡ ଟିକିରାକୁ ପାଣି ଯାଉଥିବା ବେଳେ ବିଜୟନଗରକୁ ପାଣି ଆସୁନାହିଁ। ପୁରୁଣା ପାଇପ ଲାଇନ ହୋଇଥିବାରୁ ସ୍ଥାନେ ସ୍ଥାନେ ପାଣି ଲିକେଜ ହେଉଥିବାରୁ ସାଇକେଲ ଟିୟୁ ଭିଡି ପାଣି ଯୋଗାଇ ଆସୁଥିଲେ କିନ୍ତୁ ନୂତନ ପାଇପ ଲାଇନ ପକାଉନାହାଁନ୍ତି।

ଏହାକୁ ନେଇ ପୂର୍ବରୁ ତିନୋଟି ସରପଞ୍ଚ, ଗ୍ରାମପଞ୍ଚାୟତ ଅଧିକାରୀ, ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ବିଡ଼ିଓ ମାନଙ୍କୁ ଲିଖିତ ଦେବା ସତ୍ତ୍ୱେ କୌଣସି କାର୍ଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି। ପ୍ରାୟ ୩ମାସ ପାନୀୟ ଜଳ ସମସ୍ୟା ରହିଥିବାରୁ ଗ୍ରାମର ମହିଳା ମାନେ ପୁରୁଣା ବିଦ୍ୟାଳୟ ପରିସରରେ ଥିବା କୂଅର ପାଣି ବ୍ୟବହାର କରୁଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories