www.samajalive.in
Saturday, December 13, 2025
26.1 C
Bhubaneswar

ବାଇଡେନଙ୍କ ବୟସକୁ ନେଇ ମଜା ଉଡ଼ାଇଲେ…

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୟସକୁ ନେଇ ମଜା ଉଡ଼ାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବାଇଡେନଙ୍କ ବୟସ ହୋଇଗଲାଣି। ସେ ଅତ୍ୟନ୍ତ ଦୁର୍ବଳ ହୋଇଗଲେଣି। ୨ୟ ଥର ରାଷ୍ଟ୍ରପତି ହୋଇ କାର୍ଯ୍ୟ ସମ୍ଭାଳିବା ତାଙ୍କ ପକ୍ଷେ କଷ୍ଟକର ବୋଲି କହିଛନ୍ତି ଟ୍ରମ୍ପ।

ଶୁକ୍ରବାର ଟ୍ରମ୍ପ ତାଙ୍କର ୭୮ତମ ଜନ୍ମଦିବସ ପାଳନ କରିଥିଲେ। ଏକ ବଡ଼ କେକ୍‌‌ କାଟି ନିଜ ସମର୍ଥକ ଏବଂ ସମ୍ପର୍କୀୟଙ୍କ ଗହଣରେ ଟ୍ରମ୍ପ ନିଜ ଜନ୍ମଦିବସ ଉତ୍ସବ ମନାଇଥିଲେ। ଏଥିରେ ବହୁ ବଡ଼ ବଡ଼ ବ୍ୟବସାୟୀ ଏବଂ ରାଜନେତା ସାମିଲ ହୋଇଥିଲେ। ଟ୍ରମ୍ପ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜନ୍ମଦିନ ଉତ୍ସବରେ ସେ ପୁଣି ଥରେ ଆମେରିକାକୁ ମହାନ ରାଷ୍ଟ୍ର ଭାବେ ଗଢ଼ିତୋଳିବାକୁ ଆହ୍ୱାନ କରିଥିଲେ। କେକ୍‌‌ରେ ଏ ସମ୍ପର୍କିତ ଅନେକ ଥିମ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ ଲୋକମାନଙ୍କୁ ଉଦବୋଧନ ଦେଇ ବର୍ତ୍ତମାନର ରାଷ୍ଟ୍ରପତି ୮୧ ବର୍ଷୀୟ ଜୋ ବାଇଡେନଙ୍କୁ ପରିହାସ କରିଥିଲେ। ସେ କହିଥିଲେ, ଆମ ଦେଶକୁ ଅଦକ୍ଷ ଲୋକମାନଙ୍କ ଦ୍ୱାରା ନଷ୍ଟ କରାଯାଉଛି। ସବୁ ରାଷ୍ଟ୍ରପତିଙ୍କର ବୁଦ୍ଧିମତ୍ତା ପରୀକ୍ଷା କରାଯିବା ଦରକାର।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories