www.samajalive.in
Wednesday, December 10, 2025
14.1 C
Bhubaneswar

ଚାଚା! ମୋତେ ଘର ଖଣ୍ଡେ ମିଳିବନି?

ପାଟନା: ଚାଚା ମୋତେ ଘର ଖଣ୍ଡେ ମିଳିବନି? ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏଭଳି ନେହୁରା ହୋଇଛନ୍ତି ଏକଦା ବିହାରର ସର୍ବମୟକର୍ତ୍ତାଙ୍କ ପୁଅ। ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ବାସଗୃହ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଦରଖାସ୍ତ କରି ନିରାଶ ହେବା ପରେ ଫୋନ୍‍ କରି ନୀତୀଶ କୁମାରଙ୍କୁ ଏଭଳି ନିବେଦନ କରିଛନ୍ତି। ନବବିବାହିତାଙ୍କୁ ଛାଡ଼ପତ୍ର ନିଷ୍ପତ୍ତି ପରେ ତେଜ୍‍ପ୍ରତାପ ଓ ପରିବାର ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି। ଏହାପରେ ତେଜ୍‍ପ୍ରତାପ ଅଲଗା ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ତେଜ୍‍ଙ୍କ ନଜର ୭ ଏମ୍‍ ଷ୍ଟ୍ରାଣ୍ଡ ରୋଡ୍‍ ସ୍ଥିତ ସରକାରୀ ବାସଭବନ ଉପରେ ରହିଛି। ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ କିଛି ଦିନ ପାଇଁ ନୀତୀଶ ଏହି ଘରେ ଥିଲେ। ୧୦ ସର୍କୁଲାର ରୋଡ୍‍ ସ୍ଥିତ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନଠାରୁ ଏହାର ଦୂରତ୍ୱ ଅଳ୍ପ। ତେବେ ନୀତୀଶଙ୍କୁ ଘର ପାଇଁ ନେହୁରା ହେବାରେ ଲାଲୁଙ୍କ ପରିବାରର ତେଜ୍‍ ପ୍ରଥମ ସଦସ୍ୟ ନୁହନ୍ତି। ନୀତୀଶଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀ ମଧ୍ୟ ମେଣ୍ଟ ଭାଙ୍ଗିବା ପରେ ସରକାରୀ ବାସଭବନରେ ରହିବା ପାଇଁ ନୀତୀଶଙ୍କୁ ନିବେଦନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଉକ୍ତ ସରକାରୀ ବାସଭବନରେ ସିସିଟିଭି ଲଗାଯାଇଥିବା ତେଜସ୍ୱୀ ଅଭିଯୋଗ ଆଣିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories