www.samajalive.in
Saturday, December 13, 2025
21.1 C
Bhubaneswar

ଶ୍ୱେତପଦ୍ମାଙ୍କ ମଣ୍ଡଳ ଚିତ୍ରକଳାରେ ପାରମ୍ପରିକ ବନବାସୀ ବେଶରେ ମା’ ଧରିତ୍ରୀ

କେନ୍ଦୁଝରଗଡ଼଼: ରାଜ୍ୟର ବେଶ୍‌‌ ଜଣାଶୁଣା ମଣ୍ଡଳ ଚିତ୍ରଶିଳ୍ପୀ କେନ୍ଦୁଝର ସହର ବଣିଆପାଟର ଶ୍ୱେତପଦ୍ମା ମିଶ୍ର ଓଡ଼ିଶାର ଗଣପର୍ବ ରଜ ଅବସରରେ ପାରମ୍ପରିକ ମଣ୍ଡଳ ଚିତ୍ରକଳାରେ ଓଡିଆ ବନବାସୀ ବେଶରେ ମା’ ଧରିତ୍ରୀଙ୍କ ଫଟୋଚିତ୍ର ଆଙ୍କିଛନ୍ତି। ପେପର, ଆର୍ଟ ପେନ, ଆକ୍ରିଲିକ୍‌‌ ରଙ୍ଗ ସାହାର୍ଯ୍ୟରେ ମା’ ବସୁନ୍ଧରା ଅଭୟ ମୁଦ୍ରାରେ ପାରମ୍ପରିକ ବନବାସୀ ବେଶରେ ବିରାଜମାନ ଏହି ଚିତ୍ରକଳାଟି ଆଙ୍କିବାକୁ ଶ୍ୱେତପଦ୍ମାଙ୍କୁ ୧୫ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି। ଏହା ପୂର୍ବରୁ ଶ୍ୱେତପଦ୍ମା କେନ୍ଦୁଝରର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’, ଚନ୍ଦ୍ରାୟନ-୩, ତତ୍‌‌କାଳୀନ ରାଜ୍ୟପାଳ ଗଣେଶୀ ଲାଲଙ୍କ ପଟଚ୍ଚିତ୍ର ସହିତ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ଓ ସଂସ୍କୃତିକୁ ଦର୍ଶାଉଥିବା ବିଭିନ୍ନ ମଣ୍ଡଳ ଚିତ୍ର ଆଙ୍କି ସେ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ଏଥିପାଇଁ ଶ୍ୱେତପଦ୍ମା ତତ୍‌‌କାଳୀନ ରାଜ୍ୟପାଳ ଗଣେଶୀ ଲାଲଙ୍କ ଠାରୁ ରାଜଭବନରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ସାଂସ୍କୃତିକି କଳ୍ପତରୁ ଫାଉଣ୍ଡେସନ, ସ୍ପିରିଜା ଏକାଡେମୀ, ହିନ୍ଦୁ ଜାଗୃତି ମଞ୍ଚ ଓ କେନ୍ଦୁଝର ଜିଲା ବ୍ରାହ୍ମଣ ମହାସଭା ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ଜିଲାର ଗୌରବ ବୃଦ୍ଧି କରିଆସିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories