www.samajalive.in
Saturday, December 6, 2025
17.1 C
Bhubaneswar

ଜନବହୁଳ ରାସ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ମାଫିଆ, ନୀରବଦ୍ରଷ୍ଟା ସାଜିଲେ ପଥଚାରୀ

ସମାଜ ଡିଜିଟାଲ ଡେସ୍କ: ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ସର୍ବସମ୍ମୁଖରେ କାଠ ଫାଳିଆ ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ। ଏହି ସମୟରେ ରାସ୍ତାରେ ଅନେକ ଲୋକ ଯାତାୟାତ କରୁଥିଲେ ମଧ୍ୟ କେହି ହସ୍ତକ୍ଷେପ କଲେ ନାହିଁ। ଶେଷରେ ସହାୟତା ପାଇଁ କାକୁତିମିନତି ହୋଇ ଯୁବକ ଆଖି ବୁଜିଲେ। ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ। ହାଇଦ୍ରାବାଦର ଆସିଫନଗରରେ ଜୁନ ୧୩ ସନ୍ଧ୍ୟାରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କେବଳ ତେଲେଙ୍ଗାନା ନୁହେଁ, ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ପରଠାରୁ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ମହମ୍ମଦ ସମୀର ନାମକ ଜଣେ ଯୁବକଙ୍କୁ କିଛି ଲୋକ ହାତରେ ଛୁରି ଧରି ଗୋଡ଼ାଉଥିଲେ। ପରେ ସେମାନେ ଯୁବକଙ୍କୁ ଧରି ତଳେ ପକାଇ ଦେଇଥିଲେ। ଏହି ସମୟରେ ଅନ୍ୟ ଦୁଇଜଣ ବ୍ୟକ୍ତି ଆକ୍ରମଣକାରୀଙ୍କୁ ଅନୁରୋଧ କରି ଯୁବକଙ୍କୁ ଛାଡ଼ିଦେବାକୁ କହିଥିଲେ। କିନ୍ତୁ ସେମାନେ ଓଲଟି ଦୁଇ ବ୍ୟକ୍ତିଙ୍କୁ ଚିହିଁକି ଆସିଥିଲେ। ଫଳରେ ସେମାନେ ଭୟଭୀତ ହୋଇ ସେଠାରୁ ଚାଲିଯାଇଥିଲେ। ଏହା ପରେ ଆକ୍ରମଣକାରୀ ଉକ୍ତ ଯୁବକ ଜଣଙ୍କୁ ନିଷ୍ଠୁର ଭାବେ ବିଧାଗୋଇଠା ମାରିବା ସହିତ ଛୁରିରେ ଆକ୍ରମଣ କରିଥିଲେ। ଯୁବକ ଜଣକ ପୁଣି ଉଠି ସହାୟତା ପାଇଁ ଲୋକମାନଙ୍କୁ ଆକୁଳ ନିବେଦନ କରି ଶେଷରେ ନିସ୍ତେଜ ହୋଇପଡ଼ିଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ସେହି ରାସ୍ତା ଦେଇ ବହୁ ଲୋକ ଯାତାୟାତ କରୁଥିଲେ। ମାତ୍ର ୨ ଜଣ ସାମ୍ନାକୁ ଆସି ବିରୋଧ କରିଥିଲେ। କିନ୍ତୁ ଅନ୍ୟମାନେ ନୀରବ ରହିଥିଲେ। ସମସ୍ତେ ଯଦି ଏକଜୁଟ ହୋଇ ଆଗକୁ ଆସିଥାନ୍ତେ, ତେବେ ଯୁବକଙ୍କ ଜୀବନ ରକ୍ଷା ହୋଇପାରିଥାଆନ୍ତା ବୋଲି କୁହାଯାଉଛି।

- Advertisement -

ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଚଳାଇଛି। ବିଜେପିର ଜାତୀୟ ମୁଖପାତ୍ର ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ଏଭଳି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଦାୟୀ କରିଛନ୍ତି। କୌଣସି ବିଜେପି ଶାସିତ ରାଜ୍ୟରେ ଏଭଳି ଘଟଣା ଘଟିଥିଲେ ଏହାକୁ ନେଇ ଜାତିସଂଘରେ ପହଞ୍ଚି ଯାଇଥାଆନ୍ତେ ବୋଲି ସେ କଟାକ୍ଷ କରି କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories