www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରତି ୧୯ ମାସରେ ୧ ବର୍ଷ ବଢ଼ୁଛି ଏହି ବ୍ୟକ୍ତିଙ୍କ ବୟସ

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ପଢ଼଼ି ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସତ। ଏହି ବ୍ୟକ୍ତି ହେଉଛନ୍ତି ପ୍ରୋଜେକ୍ଟ ବ୍ଲୁପ୍ରିଣ୍ଟ ମାଷ୍ଟରମାଇଣ୍ଡ ତଥା ଉଦ୍ୟୋଗବିତ୍‌‌ ବ୍ରାଏନ ଜନସନ। ମଣିଷର ବୟସ କିପରି ହ୍ରାସ ପାଇ ଯୁବାବସ୍ଥାକୁ ଫେରିବ, ଜଣେ କିପରି ଦୀର୍ଘଜୀବୀ ହେବ ଏବଂ ବାର୍ଦ୍ଧକ୍ୟ କେମିତି ବିଳମ୍ବରେ ଆସିବ ସେ ନେଇ ପ୍ରୋଜେକ୍ଟ ବ୍ଲୁପ୍ରିଣ୍ଟ ଜରିଆରେ ଗବେଷଣା ଜାରି ରଖିଛନ୍ତି ବ୍ରାଏନ। ଗବେଷଣାରେ ସେ ନିଜକୁ ସାମିଲ କରିବା ସହିତ ନିଜ ବୟସ ହ୍ରାସ କରିବାରେ ମଧ୍ୟ ସଫଳ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ବୟସ ବୃଦ୍ଧି ହାର .୬୪% ରହିଛି। ଅର୍ଥାତ ପ୍ରତି ୧୨ ମାସରେ ତାଙ୍କ ବୟସ ମାତ୍ର ୭.୬ ମାସ ବୃଦ୍ଧି ପାଉଛି। ପ୍ରତି ୧୯ ମାସରେ ତାଙ୍କ ବୟସ ୧ ବର୍ଷ ବଢ଼ୁଛି ବୋଲି ବ୍ରାଏନ କହିଛନ୍ତି।

ବ୍ରାଏନ କୁହନ୍ତି, ଆଣ୍ଟି ଏଜିଂ କ୍ଷେତ୍ରରେ ସବୁଠୁ ଶକ୍ତିଶାଳୀ ହେଉଛି ପୋଷଣ। ଖାଦ୍ୟରେ ଉପଯୁକ୍ତ ପୋଷଣ ଗ୍ରହଣ କଲେ ମଣିଷର ବୟସ ହ୍ରାସ ପାଇଥାଏ, ଅର୍ଥାତ ବାର୍ଦ୍ଧକ୍ୟ ବିଳମ୍ବରେ ଆସେ। ତେଣୁ ସେ ସବୁବେଳେ ନିଜ ଖାଦ୍ୟରେ ଏହାକୁ ଭରପୁର ଗ୍ରହଣ କରନ୍ତି। ଅନ୍ୟମାନେ ବି ଏହାକୁ ଅନୁସରଣ କରିପାରିବେ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ମୋ ବୟସ ବୃଦ୍ଧିର ବେଗକୁ ହ୍ରାସ କରିବା ପାଇଁ ଚେଷ୍ଟା କରିଆସୁଛି। ବର୍ତ୍ତମାନ ସୁଦ୍ଧା ମୋ ବୟସ ବୃଦ୍ଧିର ବେଗ .୬୪ ପ୍ରତିଶତ ରହିଛି।

- Advertisement -

ପ୍ରୋଜେକ୍ଟ ବ୍ଲୁପ୍ରିଣ୍ଟ କ’ଣ ?

ଜଣେ ବ୍ୟକ୍ତିଙ୍କ ବୟସ କିପରି ହ୍ରାସ ପାଇବ(ଆଣ୍ଟି ଏଜିଂ) ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ମଣିଷ ବଞ୍ଚିପାରିବ ସେ ଦିଗରେ ବ୍ରାଏନ ଯେଉଁ ଗବେଷଣା କରୁଛନ୍ତି ତାହାକୁ ପ୍ରୋଜେକ୍ଟ ବ୍ଲୁପ୍ରିଣ୍ଟ କୁହାଯାଉଛି। ଏହି ପ୍ରୋଜେକ୍ଟ ପାଇଁ ତାଙ୍କୁ ବାର୍ଷିକ ୨ ନିୟୁତ ଅର୍ଥାତ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ପ୍ରୋଜେକ୍ଟ ଜରିଆରେ ତାଙ୍କୁ ଏକ କଠିନ ଡାଏଟ ପ୍ଲାନ (ନିୟମିତ ଖାଦ୍ୟଗ୍ରହଣ ପ୍ରକ୍ରିୟା) ଆପଣାଇବାକୁ ପଡ଼ୁଛି। ଏଥିରେ ପ୍ରତ୍ୟେକ ଦିନ ସେ ୧୦୦ ପ୍ରକାର ସପ୍ଲିମେଣ୍ଟ ଏବଂ କ୍ୟାଲୋରି ନିୟନ୍ତ୍ରିତ ଖାଦ୍ୟ ଗ୍ରହଣ କରୁଛନ୍ତି। ହେଭି ମେଟାଲ୍‌‌ସ ରହିତ ଶୁଦ୍ଧ କୋକୋଆ, ଉଚ୍ଚ ଫ୍ଲାଭୋନୋଲ୍‌‌ ଯୁକ୍ତ ଖାଦ୍ୟକୁ ବି ସେ ତାଙ୍କ ଡାଏଟରେ ସାମିଲ କରିଛନ୍ତି। ଯାହାଦ୍ୱାରା ସେ ତାଙ୍କ ବୟସ କମାଇବାରେ ସକ୍ଷମ ହୋଇପାରିଛନ୍ତି। ୪୬ ବର୍ଷୀୟ ବ୍ରାଏନଙ୍କ କହିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା ସେ ତାଙ୍କ ବୟସ ୫.୧ ବର୍ଷ ହ୍ରାସ କରିବାରେ ସମର୍ଥ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories