www.samajalive.in
Friday, December 5, 2025
23.1 C
Bhubaneswar

ଦ୍ବନ୍ଦ୍ବରେ ରାହୁଲ; କେଉଁ ଆସନ ଛାଡ଼ିବେ ?ରାୟବରେଲି ନା ୱାୟନାଡ

ମଲାପୁରମ: ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାୟବରେଲି ଓ କେରଳର ୱାୟନାଡ ଆସନରୁ ବିଜୟୀ ହୋଇଛନ୍ତି। ନିୟମ ଅନୁଯାୟୀ ନିର୍ବାଚିତ ହୋଇଥିବା ଦୁଇ ଆସନ ମଧ୍ୟରୁ ଗୋଟିଏ ଆସନରୁ ରାହୁଲଙ୍କୁ ଇସ୍ତଫା ଦେବାକୁ ପଡିବ। ଯେଉଁ ଆସନଟି ଛାଡିବେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ତେବେ ନିର୍ବାଚିତ ହୋଇଥିବା ଦୁଇ ଆସନ ମଧ୍ୟରୁ ରାହୁଲ କେଉଁଟି ଛାଡିବେ ତାକୁ ନେଇ ଏବେ ଦ୍ବନ୍ଦ୍ବରେ ପଡିଛନ୍ତି। ବୁଧବାର କେରଳର ମାଲାପୁରମରେ ଜନସଭାକୁ ସମ୍ବୋଧନ କାଳରେ ରାହୁଲ କହିଛନ୍ତି ଯେ ‘ମୋ ଆଗରେ ଏକ ଦ୍ବନ୍ଦ୍ବ ରହିଛି। ୱାୟନାଡା କିମ୍ବା ରାୟବରେଲୀ କେଉଁ ଠାରୁ ସାଂସଦ ରହିବି ତାହା ସ୍ଥିର କରିପାରୁ ନାହିଁ। ତେବେ ମୁଁ ଯାହା ନିଷ୍ପତ୍ତି ନେବି ସେଥିରେ ୱାୟନାଡ ଓ ରାୟବରେଲିବାସୀ ଖୁସି ହେବେ। ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଭାରତର ନାଗରିକମାନେ ଘୃଣା ଓ ଔଦ୍ଧତ୍ୟକୁ ପରାସ୍ତ କରିଛନ୍ତି। ମୋଦୀଙ୍କ ପାଖରେ ଈଶ୍ବରୀୟ ଗୁଣ (ପରମାତ୍ମା) ରହିଛି।  ଯାହା ତାଙ୍କୁ ଆଦାନି ଓ ଅମ୍ବାନିଙ୍କ ସପକ୍ଷରେ ନିଷ୍ପତ୍ତି ନେବାକୁ ପ୍ରେରିତ କରୁଛି। ମାତ୍ର ମୁଁ ଜଣେ ସାଧାରଣ ମଣିଷ। ମୋର ଈଶ୍ବର ହେଉଛନ୍ତି ଭାରତର ଗରିବ ନାଗରିକ। ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିବା ଦରକାର। କାରଣ ଏହି ନିର୍ବାଚନରେ ଦେଶବାସୀ ମୋଦୀଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରରେ ଏନଡିଏ ଯେଉଁ ସରକାର ଗଠନ କରିଛି ତାହା ଅସ୍ପଷ୍ଟ। ଏହା ଅନ୍ୟର ସହଯୋଗରେ ଚାଲିଛି। ୱାୟନାଡରୁ ରାହୁଲ କ୍ରମାଗତ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହେବା ପରେ ପ୍ରଥମ କରି ଏଠାକୁ ଗସ୍ତ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ରାହୁଲ ଉତ୍ତରପ୍ରଦେଶର ଆମେଥି ଓ ୱାୟନାଡରୁ ଲଢିଥିଲେ। ମାତ୍ର ଆମେଥି ଆସନରେ ସେ ସ୍ମୃତି ଇରାନିଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ରାହୁଲଙ୍କୁ ରାୟବରେଲି ଆସନ ଛାଡିବା ଲାଗି ଦଳପକ୍ଷରୁ ପ୍ରସ୍ତାବ ଦିଆଯାଉଛି। ରାୟବରେଲି ଆସନ ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପ୍ରାର୍ଥୀ କରିବା ଲାଗି ମଧ୍ୟ ଚର୍ଚ୍ଚା ହେଉଛି। ରାୟବରେଲି ଆସନରୁ ରାହୁଲଙ୍କ ମା’ ସୋନିଆ ଗାନ୍ଧୀ ନିର୍ବାଚିତ ହୋଇ ଆସୁଥିଲେ। ମାତ୍ର ସୋନିଆ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଏଠାରୁ ଲୋକସଭା ନିର୍ବାଚନ ଲଢି ନଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories