www.samajalive.in
Friday, December 5, 2025
23.1 C
Bhubaneswar

କୁଏତରେ ଅଗ୍ନିକାଣ୍ଡ: ୪୨ ଭାରତୀୟଙ୍କ ସମେତ ୪୯ ମୃତ

ସମାଜ ଡିଜିଟାଲ ଡେସ୍କ: କୁଏତରେ ଏକ କୋଠାରେ ବୁଧବାର ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟଙ୍କ ସମେତ ୪୯ ଜଣଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଅହମଦୀ ପ୍ରଦେଶ ଅନ୍ତର୍ଗତ ମନଗଫ ଅଞ୍ଚଳରେ ଏହି ଅଘଟଣ ଘଟିଛି। ମୃତ ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି କେରଳ ଏବଂ ତାମିଲନାଡୁ ରାଜ୍ୟର।

କେରଳ, ତାମିଲନାଡୁ ସମେତ ଉତ୍ତର ଭାରତୀୟ ରାଜ୍ୟର ଅନେକ ଲୋକ ଏଠାରେ ଏକ କମ୍ପାନୀରେ କାମ କରୁଥିଲେ। କମ୍ପାନୀ ପକ୍ଷରୁ ସେମାନଙ୍କୁ ଏକ ୬ ମହଲା ବିଶିଷ୍ଟ କୋଠାରେ ରହିବା ସୁବିଧା ଦିଆଯାଇଥିଲା। ବୁଧବାର ରାତିରେ କୌଣସି କାରଣରୁ ରୋଷେଇ ଘରେ ନିଆଁ ଲାଗିଯାଇଥିଲା। ରାତି ଯୋଗୁ ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡ଼ି ନ ଥିଲା। ଫଳରେ ଧୀରେ ଧୀରେ ନିଆଁ କୋଠାର ଅନ୍ୟ ଅଂଶକୁ ବ୍ୟାପିଯିବା ସହିତ ଧୂଆଁ ମୟ ହୋଇଯାଇଥିଲା। ରାତିରେ ଲୋକମାନେ ଶୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣି ପାରି ନ ଥିଲେ। ଫଳରେ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା କୁହାଯାଉଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟ କରିବାକୁ ଉଦ୍ୟମ କରିଥିଲେ। ଘଟଣାରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ କୁଏତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

- Advertisement -

ମୃତକଙ୍କ ମଧ୍ୟରେ ୧୧ଜଣ କେରଳର ବାସିନ୍ଦା ବୋଲି ଜଣାପଡ଼ିଛି। ଏହାବ୍ୟତୀତ ପାକିସ୍ତାନ, ଫିଲିପାଇନ୍ସ, ଇଜିପ୍ଟ ଏବଂ ନେପାଳର ଜଣେ ଲେଖାଏ ମୃତକ ରହିଛନ୍ତି। ଅନେକଙ୍କ ମୃତଦେହ ଚିହ୍ନଟ ହୋଇପାରି ନାହିଁ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories