www.samajalive.in
Wednesday, December 10, 2025
23.1 C
Bhubaneswar

ଓଡ଼ିଶାରେ ବିଜେପି ସରକାର, ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ବିଜେପି ସରକାର। ଜନତା ମଇଦାନନରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ମୋହନ ଚରଣ ମାଝୀ ଶପଥ ପାଠ କରିଥିଲେ। ଏହାପରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କ ସମେତ ୮ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ବିଧାୟକ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଓଡିଶାର  ରାଜ୍ୟପାଳ ରଘୁବର ଦାସ ମୁଖମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ୮କ୍ୟାବିନେଟ ମନ୍ତ୍ରୀ ଏବଂ ୫ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିସହ ଓଡିଶାରେ ଆରମ୍ଭ ହେଇଛି ମୋହନ ମାଝୀଙ୍କ ସରକାର। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରର ପ୍ରଥମ କ୍ୟାବିନେଟ ବୈଠକ ବସିବ ବୋଲି ଜଣାପଡ଼ିଛି। 

ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ରାଜନାଥ ସିଂହ, ବିଜେଡି ସଭାପତି ତଥା ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେଇଥିଲେ। 

- Advertisement -

ଓଡ଼ିଶାରେ ବିଜେପି ଶାସିତ ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳ

  • ମୁଖ୍ୟମନ୍ତ୍ରୀ: ମୋହନ ଚରଣ ମାଝୀ
  • ଉପ-ମୁଖ୍ୟମନ୍ତ୍ରୀ : କନକ ବର୍ଦ୍ଧନ ସିଂହଦେଓ
  • ଉପ-ମୁଖ୍ୟମନ୍ତ୍ରୀ : ପ୍ରଭାତୀ ପରିଡା

କ୍ୟାବିନେଟ୍ ମନ୍ତ୍ରୀ

୧. ସୁରେଶ ପୂଜାରୀ
୨. ରବି ନାରାୟଣ ନାୟକ
୩. ନିତ୍ୟାନନ୍ଦ ଗଣ୍ଡ
୪. କୃଷ୍ଣଚନ୍ଦ୍ର ପାତ୍ର
୫. ପୃଥ୍ୱୀରାଜ ହରିଚନ୍ଦନ
୬. ମୁକେଶ ମହାଲିଙ୍ଗ
୭. ବିଭୂତି ଭୂଷଣ ଜେନା
୮. କୃଷ୍ଣଚନ୍ଦ୍ର ମହାପାତ୍ର

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)

୧. ଗଣେଶ ରାମ ଖୁଣ୍ଟିଆ
୨. ସୂର୍ଯ୍ୟବଂଶୀ ସୁରଜ
୩. ପ୍ରଦୀପ ବଳସାମନ୍ତ
୪. ଗୋକୁଳାନନ୍ଦ ମଲ୍ଲିକ
୫. ସମ୍ପଦ କୁମାର ସ୍ୱାଇଁ

 

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories