www.samajalive.in
Sunday, December 14, 2025
26.1 C
Bhubaneswar

୧୫ ମହଲା କୋଠାରେ ଅଗ୍ନିକାଣ୍ଡ

ମୁମ୍ବଇ : ମୁମ୍ବଇର ତିଳକ ନଗରସ୍ଥିତ ଗଣେଶ ଗାର୍ଡେନ୍‌ର ସରଗମ୍‌ ସୋସାଇଟିର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ଜୀବନ୍ତ ଦଗ୍ଧୀଭୂତ ହୋଇଥିବା ୫ ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ଜଣାପଡିଛି। ତିନି ମହିଳାଙ୍କ ବୟସ ୭୨ରୁ ୮୩ ବର୍ଷ ମଧ୍ୟରେ ଥିବାବେଳେ ଅନ୍ୟଜଣକର ୫୨ ବର୍ଷ ରହିଛି। ଅନ୍ୟଜଣେ ମୃତ ପୁରୁଷଙ୍କ ବୟସ ୭୨ ବର୍ଷ ରହିଛି। ନିଆଁକୁ ଆୟତ୍ତ କରିବାକୁ ଯାଇ ଜଣେ ଅଗ୍ନିଶମ କର୍ମଚାରୀଙ୍କ ସମେତ ୨ ଜଣ ଗୁରୁତର ଭାବେ ପୋଡିଯାଇଛନ୍ତି। ୧୫ ମହଲା ବିଶିଷ୍ଟ ଏହି ଉଚ୍ଚ ଅଟ୍ଟାଳିକାଟିର ୧୪ ମହଲାରେ ଏହି ଅଗ୍ନିକାଣ୍ଡ ତିନିପାର୍ଶ୍ବରୁ ଲାଗିଥିଲା। ତେବେ ଅଗ୍ନିକାଣ୍ଡ ଅତ୍ୟନ୍ତ ଭୟଙ୍କର ଥିବାରୁ କୋଠାଟିରେ ବହୁ ଅନ୍ତେବାସୀ ଫଶି ରହିଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ଏହା ଘଟିଥିବା ଆଶଙ୍କା କରାଯାଉଛି। ନିଆଁକୁ ଆୟତ୍ତ କରିବା ଲାଗି ବହୁ ସଂଖ୍ୟାରେ ଦମ୍‌କଳ ନି​‌େ​‌ୟାଜିତ କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories