www.samajalive.in
Saturday, December 6, 2025
19.1 C
Bhubaneswar

କଳାପଥର-ବୈଦ୍ୟେଶ୍ୱର ପୂର୍ତ୍ତ ରାସ୍ତା ସମ୍ପ୍ରସାରଣରେ ବଳିପଡ଼ିଲା ଶହଶହ ଗଛ

କଳାପଥର(ବାଙ୍କୀ): ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱରରୁ କଳାପଥର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏଥିପାଇଁ ରାସ୍ତା କଡ଼ରେ ଥିବା ଶହ ଶହ ଗଛ ବଳି ପଡ଼ିଛି। ଫଳରେ ଏହା ପରିବେଶ ଉପରେ ବଡ଼ ପ୍ରଭାବ ପକାଇବ ବୋଲି ପ୍ରକୃତି ପ୍ରେମୀମାନେ ଚିନ୍ତା ପ୍ରକଟ କରିଛନ୍ତି। ୮କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତାର ଦୁଇ ପାର୍ଶ୍ୱର ବିଭିନ୍ନ ସ୍ଥାନରେ ବହୁପୁରାତନ ୫୦ରୁ ୧୦୦ ବର୍ଷରୁ ଅଧିକ ପୁରୁଣା ଗଛ ସବୁକୁ କାଟି ଦିଆଯାଇଛି। ବହୁ ପୁରୁଣା ଗଛଗୁଡିକ ପଥଚାରୀ ଓ ଗୋରୁଙ୍କ ପାଇଁ ଖରା ବର୍ଷା ସମୟରେ ଆଶ୍ରୟସ୍ଥଳୀ ପାଲଟିଥାଏ। ଏଵେ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ବୃକ୍ଷ ଶୂନ୍ୟ ହୋଇଯାଇଛି। କିନ୍ତୁ ଗଛ ମୂଳ ଉପୁଡ଼ା ନ ଯିବାରୁ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି। ରାସ୍ତା ଚଉଡା ହେବା ଫଳରେ ଗଛ ମୂଳଗୁଡ଼ିକ ପିଚୁ ରାସ୍ତାକୁ ଲାଗିକରି ଅଛି। ସରକାରୀ ନିୟମରେ ପିଚୁ ରାସ୍ତାଠାରୁ ୩ ମିଟର କୌଣସି ଗଛର ମୂଳ ଏବଂ ପୁରୁଣା ବିଦ୍ୟୁତ ଖୁଣ୍ଟ ଉପାଡି ପରିଷ୍କାର ହେବା କଥା। ଠିକାଦାର ଗଛ ମୂଳ ଏବଂ ସିମେଣ୍ଟ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ମୂଳ ଉପାଡ଼ିବାକୁ ଚାହୁଁନି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। କଳାପଥର ଗାଁ ନିକଟ ଦଣ୍ଡା ଚୁଆରେ ଗାର୍ଡ ୱାଲ ଅଧାପନ୍ତରିଆ ଭାବେ ପଡ଼ିଛି।

ସେହିପରି ଗୋଲେଇ ଛକରୁ ଚନ୍ଦ୍ରଶେଖର କ୍ଲବ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ରାସ୍ତା ଅଧାପନ୍ତରିଆ କାମ ହୋଇଛି। ଗୋଳେଇ ଛକରେ ଉକ୍ତ ରାସ୍ତାକୁ ସଂଯୋଗ ଗୋଟେ ଫାଳ କଂକ୍ରିଟ ନ ହୋଇ ମାଟି ଗଦା ହୋଇ ରହିଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ବିଭଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହ ପିଚୁକୁ ଲାଗିକରି ଥିବା ଗଛ ମୂଳ ଏବଂ ବିଦ୍ୟୁତ ଖୁଣ୍ଟ ଉପାଡିବା ସହିତ ଦାଣ୍ଡଚୁଆ ପୋଖରୀ ସୁରକ୍ଷା ବାଡ଼, କଂକ୍ରିଟ ରାସ୍ତା ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବୀ ହେଉଛି। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାପରେ ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ କଟାଯାଇଥିବା ଗଛର ୪ଗୁଣା ଚାରା ରୋପଣ କରାଯାଇ ଜଙ୍ଗଲ ବିଭାଗ ରକ୍ଷଣାବେକ୍ଷଣ କଲେ ପୂର୍ବପରି ପରିବେଶ ଫେରି ଆସିବ ବୋଲି ପ୍ରକୃତିପ୍ରେମୀ ଆଶା ରଖିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories