www.samajalive.in
Saturday, December 13, 2025
18.1 C
Bhubaneswar

ଆର୍ ବାଲକ୍ରିଷ୍ଣନ ହେଲେ ମୁଖ୍ୟ ଉପଦେଷ୍ଟା

ଭୁବନେଶ୍ବର : ପୂର୍ବତନ ଉନ୍ନୟନ କମିଶନର ତଥା ବରିଷ୍ଠ ପ୍ରଶାସକ ଆର୍ ବାଲକ୍ରିଷ୍ଣନଙ୍କୁ ରାଜ୍ୟ ସରକାର ଗୁରୁବାର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ଏଥି ସହିତ ଶ୍ରୀ ବାଲକ୍ରିଷ୍ଣନଙ୍କୁ ୫ ବିଭାଗର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମଧ୍ୟ ପ୍ରଦାନ କରାଯାଇଛି। ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବାଲକ୍ରିଷ୍ଣନଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ଦିଆଯାଇଛି। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଫାଇଲ ପ୍ରେରଣ କରିବେ। ମାତ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ବେତନ ପ୍ରଦାନ କରାଯିବ ନାହିଁ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀ ବାଲକ୍ରିଷ୍ଣନଙ୍କୁ ସ୍ବତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ କରିବାପାଇଁ ଓଡ଼ିଆ ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଆ ଭର୍ଚୁଆଲ ଏକାଡେମୀ ଦାୟିତ୍ବ ନେବା ସହିତ ଆଦିବାସୀମାନଙ୍କ ବିକାଶ ପାଇଁ ଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଆଦିବାସୀ ସଂଗ୍ରହାଳୟ ଏବଂ ହସ୍ତତନ୍ତ ସଂଗ୍ରହାଳୟ, ଐତିହ୍ୟ କ୍ୟାବିନେଟର ଦାୟିତ୍ବ ପ୍ରଦାନ କରାଯାଇଛି। ଏଥିପାଇଁ ଶ୍ରୀ ବାଲକ୍ରିଷ୍ଣନଙ୍କୁ ନିଯୁକ୍ତି ଦିନଠାରୁ ସମସ୍ତ ପ୍ରକାର ସହାୟକ ଷ୍ଟାଫ୍, ସରକାରୀ ଗାଡି ଏବଂ ଅନ୍ୟାନ୍ୟ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।
ସୂଚନାଯୋଗ୍ୟ ଯେ ନଭେମ୍ବର ୩୦ରେ ଶ୍ରୀ ବାଲକ୍ରିଷ୍ଣନ ଉନ୍ନୟନ କମିଶନର ପଦରୁ ଅବସର ନେଇଥିଲେ। ତାଙ୍କର କାର୍ଯ୍ୟଶୈଳୀକୁ ଦେଖି ସରକାରଙ୍କ ପକ୍ଷରୁ ଏହିସବୁ ଗୁରୁ ଦାୟିତ୍ବ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବ୍ୟକ୍ତିଗତ ଭାବେ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ଓଡ଼ିଶା ଓ ଏହାର ସଂସ୍କୃତି ପ୍ରତି ତାଙ୍କର ଗଭୀର ରୁଚି ରହିଥିବା ହେତୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଅନୁଯାୟୀ କାର୍ଯ୍ୟ କରିବାକୁ ସମ୍ମତି ଦେଇଛନ୍ତି। କିନ୍ତୁ ଏହି କାର୍ଯ୍ୟ ଅବୈତନିକ ଭାବେ କରିବାକୁ ସେ ତାଙ୍କ ନିଷ୍ପତ୍ତି ଜଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories