କୋରାପୁଟ: କୋରାପୁଟ ଜିଲ୍ଲା ଟାଉନ ଥାନା ଲାଣ୍ଡିଗୁଡା ନୂଆ କଲୋନୀ ନିକଟରେ ଅଭାବନୀୟ ଘଟଣା ଘଟିଛି। ରେଳ ଲାଇନରେ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ସୂଚନା ଅନୁସାରେ ସୋମବାର ସକାଳେ ଯବାନ ଜଣଙ୍କ ଡ୍ୟୁଟିକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଫଳରେ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ହେଲେ ନିରାଶ ହୋଇଥିଲେ। ଆଜି ସକାଳେ ରେଳଧାରଣାରେ ଯବାନଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
Popular Categories



