www.samajalive.in
Wednesday, December 10, 2025
16.1 C
Bhubaneswar

ଜମିଜମା ବିବାଦକୁ ନେଇ ଘରପୋଡି

ବାସୁଦେବପୁର : ଭାଇଭାଇଙ୍କ ମଧ୍ୟରେ ଥିଲା ଜମିଜମା ବିବାଦ । ବିବାଦ ଏତେ ଉଗ୍ରରୁପ ନେଇଥିଲା, ଯାହାଫଳରେ ଭାଇର ଘରକୁ ପୋଡିଦେଲା ଭାଇ, ଏମିତି ଅଟଣା ବାସୁଦେବପୁର ଥାନା ଅଧିନ ଅରଣ୍ଡୁଆ ପଞ୍ଚାୟତର କିଆପଡା ଗ୍ରାମରେ ବୋଲି ଜାଣିବାକୁ ମିଳିଛି ।

ସୂଚନା ମୁତାବକ, କିଆପଡା ଗ୍ରାମର ଇନ୍ଦ୍ରମଣୀ ବେହେରା ଓ କଘ୍ଲେଇ ବେହେରାଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗିରହିଥିଲା । ଆଜି ଏହି ବିବାଦ ଉଗ୍ରରୁପ ଧାରଣ କରିବା ପରେ କଘ୍ଲେଇ ବେହେରାଙ୍କ ଘରେ ନିଆଁ ଲଗାଇବାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ଖବରପାଇ ଅଗ୍ନୀଶକବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏନେଇ ଥାନାଧିକାରିଣୀ ଲୋପାମୁଦ୍ରା ନାୟକ କୁହନ୍ତି, ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଛି ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories