www.samajalive.in
Friday, December 12, 2025
16.1 C
Bhubaneswar

ଏବେ ସାଧାରଣ ଲୋକଙ୍କୁ ଭୂମିକମ୍ପର ଏକ ମିନିଟ ପୂର୍ବରୁ ମିଳିବ ସୂଚନା

 

ରୁକୀ .—ଆଇଆଇଟି ରୁକୀରେ ଏକ ପ୍ରକାରର ନୂତନ ଯନ୍ତ୍ର ବିକଶିତ କରାଯାଇଛି। ଏହି ଯନ୍ତ୍ରଟି ଭୂମିକମ୍ପର ଏକ ମିନିଟ ପୂର୍ବରୁ ଏହାର ସୂଚନା ଦେବ ।   ଭୂକମ୍ପର ସୂଚନା ପାଇଁ ବିକଶିତ କରାଯାଇଥିବା ଏହି ଯନ୍ତ୍ରଟି ଲୋକମାନଙ୍କୁ  ଭୂମିକମ୍ପ ବିଷୟରେ ଚେତାବନୀ ଦେବ । ଏହାକୁ ବିକାଶ କରିଥିବା ବୈଜ୍ଞାନିକ ତଥା ଗବେଷକ ପ୍ରଫେସର ମୁକୁଟ ଲାଲ ଶର୍ମା ଏବିଷୟରେ ସୂଚନା ଦେଇଛନ୍ତି ।

- Advertisement -

ଏହି ଯନ୍ତ୍ରଟିରେ ଅନେକ ପ୍ରକାରର ଭୂକମ୍ପ ସୂଚକ ସେନସ୍‌ର ଲାଗିଛି ।  ଭୂଗର୍ଭର ବିଭିନ୍ନସ୍ତରରେ ଭମିକମ୍ପର ତରଙ୍ଗ ଆସିଲେ ଏହା ସହଜରେ   ସେ ବିଷୟରେ ଜାଣି ପାରିବ । ୬.୦ ତୀବ୍ରତାର ଭୂମିକମ୍ପ ଆସିଲେ ଏହା ଭିତରେ ଥିବା ସ୍ୱଂୟକ୍ରିୟ ଭୂକମ୍ପ ସୂଚନା ପ୍ରଦାନକାରୀ ପଦ୍ଧତି କାମ କରିବା ଆରମ୍ଭ କରିବ । ଉତ୍ତରାଖଣ୍ଡର ବିଭିନ୍ନ ଭୂମିକମ୍ପ ସକ୍ରିୟ ଅଞ୍ଚଳରେ ଏହି  ଚେତାବନୀ ପ୍ରଦାନକାରୀ ଯନ୍ତ୍ରକୁ ଲଗାଯାଇଛି । ଡେରାଡୁନ୍‌ରେ ଏହି ଯନ୍ତ୍ର ୧୧ ସେକେଣ୍ଡରୁ ଏକ ମିନିଟ ମଧ୍ୟରେ ଚେତାବନୀ ଦେଇ ପାରୁଥିବା ବେଳେ ଦିଲ୍ଲୀରେ ଥିବା ଯନ୍ତ୍ର ଏକ ମିନିଟ୍‌ ପୂର୍ବରୁ ସୂଚନା ଦେବ ।

ଏହି ଚେତାବନୀ ମିଳିଲେ ନ୍ୟୁକ୍ଲିୟର ପ୍ଲାଣ୍ଟ ବନ୍ଦ କରିହେବ , ମେଟ୍ରୋ ଟ୍ରେନ ଗୁଡିକ ବନ୍ଦ କରି ହେବ ଗ୍ୟାସ ସପ୍ଲାଇକୁ ମଧ୍ୟ ବନ୍ଦ କରାଯାଇ ପାରିବ ।

ଏହି ଚେତାବନୀ ଯନ୍ତ୍ରରେ କୋଠଘରୁ ବଞ୍ଚାଯାଇ ନ ପାରିଲେ ବି ଅନେକ ଜୀବନ ବଞ୍ଚେଇ ହେବ ବୋଲି ଏହାକୁ ବିକାଶ କରିଥିବା ଅଧିକାରୀମାନେ କହିଛନ୍ତି ।  ଆମେରିକାରୁ ଆସୁଥିବା ଭୂକମ୍ପ ଚେତାବନୀ ଯନ୍ତ୍ର ପାଇଁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା  ବେଳେ ରୁକୀରେ ବିକଶିତ ଯନ୍ତ୍ର ୫୦ ହଜାର ଟଙ୍କାରେ ଉପଲବ୍ଧ ହେବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories