କେମିତି କଟିବ ଏ ସପ୍ତାହ – ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ
ମେଷ: ରବିବାର ଓ ସୋମବାର ସତର୍କତା ଅବଲମ୍ବନ କରନ୍ତୁ। ପଡ଼ୋଶୀଙ୍କ ସହିତ ମନାନ୍ତର ସୃଷ୍ଟି ହେବ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଗୁରୁବାର ଓ ଶୁକ୍ରବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶନିବାର ବନ୍ଧୁ ସହଯୋଗରେ କାର୍ଯ୍ୟ ସିଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀବଗଳାମୁଖୀ ମନ୍ତ୍ର ଜପ କରନ୍ତୁ।
ବୃଷ:ରବିବାର ଓ ସୋମବାର ଅଟକିଥିବା କାର୍ଯ୍ୟ ସାରିବା ପାଇଁ ଚେଷ୍ଟା କରିବେ। ଦୂରଦେଶରୁ ସୁସମ୍ବାଦ ପ୍ରାପ୍ତ ହେବ। ଆନନ୍ଦଚିତ୍ତ ହେବେ। ମଙ୍ଗଳବାର ଓ ବୁଧବାର ପ୍ରତିଟି ପଦକ୍ଷେପରେ ସାବଧାନତା ଲୋଡ଼ା। ବାକ୍ ସଂଯମତା ରକ୍ଷା କରନ୍ତୁ। ଗୁରୁବାର ଓ ଶୁକ୍ରବାର ପାରିବାରିକ ଶାନ୍ତିଲାଭ ହେବ। ଶନିବାର କର୍ମ ଅନୁରୂପ ଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ:ରବିବାର ଓ ସୋମବାର ଆନନ୍ଦ ଚିତ୍ତ ହେବେ। ସ୍ତ୍ରୀ ହେତୁକ ଧନଲାଭ କରିବେ। ମଙ୍ଗଳବାର ଓ ବୁଧବାର ସତର୍କ ରୁହନ୍ତୁ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟବ୍ୟସ୍ତ ରହିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ଘଟିବ। ପ୍ରତିଷ୍ଠାଯୁକ୍ତ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତ୍ୟେକ କାର୍ଯ୍ୟ ଜଗିରଖି କରନ୍ତୁ। ରିଷ୍ଟ ଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ:ରବିବାର ଓ ସୋମବାର ଧନପ୍ରାପ୍ତି ହେବ। ଶତ୍ରୁ ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ନୂତନ ନିଯୁକ୍ତି ମିଳିପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଚିନ୍ତାଗ୍ରସ୍ତ ହେବେ। ଶାରୀରିକ ଅସୁସ୍ଥତା ଦେଖାଦେବ। କାର୍ଯ୍ୟରେ ଦ୍ବନ୍ଦ୍ବ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ହ୍ରୀ- ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ:ରବିବାର ଓ ସୋମବାର ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ପିଲାଙ୍କ ସମସ୍ୟା ଆପଣଙ୍କୁ ଚିନ୍ତିତ କରାଇବ। ମଙ୍ଗଳବାର ଓ ବୁଧବାର କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତିହେବ। ସମସ୍ୟା ଦୂର ପାଇଁ ଚେଷ୍ଟା କରିବେ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟରେ ପଦୋନ୍ନତି ପ୍ରାପ୍ତିହେବ। କର୍ମପ୍ରବଣତା ପ୍ରକାଶିତ ହେବ। ଶନିବାର ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମାତଙ୍ଗିଙ୍କ କବଚ ପାଠ କରନ୍ତୁ।
କନ୍ୟା:ରବିବାର ଓ ସୋମବାର ଅଯଥା ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିବେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ଲାଭବାନ ହେବେ। ପୈତୃକ ସମ୍ପତ୍ତି ପ୍ରାପ୍ତିହେବ। ଗୁରୁବାର ଓ ଶୁକ୍ରବାର ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ଶନିବାର ବ୍ୟବସାୟରେ ଓ କର୍ମକ୍ଷେତ୍ରରେ ବ୍ୟୟର ପରିମାଣ ହ୍ରାସ ହେବ। ମହିଳା ଓ ବିଦ୍ୟାର୍ଥୀମାନେ ଚିନ୍ତାଗ୍ରସ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ରନାମ ପାଠ କରନ୍ତୁ।
ତୁଳା:ରବିବାର ଓ ସୋମବାର ଆୟ ବୃଦ୍ଧି ହେବ। ବନ୍ଧୁ ସହଯୋଗ ଲାଭ ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳନ୍ତୁ। ଅସୁବିଧାରେ ପଡ଼ିବେ। ଶତ୍ରୁ ବୃଦ୍ଧି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ପରିଶ୍ରମଜନିତ କ୍ଳାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଶିବ ସହସ୍ରନାମ ପାଠ କରନ୍ତୁ।
ବିଛା:ରବିବାର ଓ ସୋମବାର କର୍ମ ଅନୁରୂପ ଫଳପ୍ରାପ୍ତି ହେବ। ଚାହୁଁଥିବା ଦିଗରୁ ଅର୍ଥ ପ୍ରାପ୍ତି କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରି ସଫଳତା ଲାଭ ହେବ। ବନ୍ଧୁ ବାନ୍ଧବଙ୍କ ଆଗମନ ହେବ। ଶୁକ୍ରବାର ଓ ଶନିବାର ସାବଧାନତା ଲୋଡ଼ା। ଆୟ ମଧ୍ୟମ ରହିବ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ:ରବିବାର ଓ ସୋମବାର ପ୍ରଗତିରେ ପଥରୋଧ ହେବ। ଅଧିକ ଆସ୍ଥାବାନ ହେବା ଉଚିତ୍ ନୁହେଁ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପରମ୍ପରାବାଦୀ ହେବେ। ସାମାଜିକ କାର୍ଯ୍ୟରେ ଯୋଗଦାନକରି ପ୍ରଶଂସିତ ହେବେ। ଶୁକ୍ରବାର ଓ ଶନିବାର ମଧ୍ୟମ ସଫଳତା ପ୍ରାପ୍ତିହେବ। ଧନଲାଭ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ତାରାକବଚ ପାଠ କରନ୍ତୁ।
ମକର:ରବିବାର ଓ ସୋମବାର ଗୁରୁଜନଙ୍କର ପରାମର୍ଶ ଗ୍ରହଣ କରନ୍ତୁ। ଧୈର୍ଯ୍ୟ ଆପଣଙ୍କ ଭୂଷଣ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ଆତ୍ମ ସ୍ବାଭିମାନ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ସନ୍ତାନ ହେତୁକ ଚିନ୍ତା ବୃଦ୍ଧି ହେବ। ସାମାନ୍ୟ କଥାକୁ ନେଇ ଚିଡ଼ିଚିଡ଼ା ହେବେ। ମହିଳା ଓ ବିଦ୍ୟାର୍ଥୀ ସୌଖ୍ୟ ପ୍ରାପ୍ତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀକାଳୀ କର୍ପୂର ସ୍ତୋତ୍ର ପାଠ କରନ୍ତୁ।
କୁମ୍ଭ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଅଯାଚିତ ଭାବରେ କାହାକୁ ଅର୍ଥଦାନ କରନ୍ତୁ ନାହିଁ। ନଚେତ୍ ଅସୁବିଧାରେ ପଡ଼ିବେ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ସଫଳତା ଲାଭ ହେବ। ଶୁକ୍ରବାର ଓ ଶନିବାର ସ୍ତ୍ରୀଙ୍କ ପରାମର୍ଶ ଗ୍ରହଣ କରିପାରନ୍ତି। ଭୂମିଲାଭ ହୋଇପାରେ। ସୁସ୍ବାଦୁ ଭୋଜନ ପ୍ରାପ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମୀନ:ରବିବାର ଓ ସୋମବାର କର୍ମପ୍ରବଣତା ପ୍ରକାଶିତ ହେବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଗୁରୁଜନମାନଙ୍କ ସହିତ ବିଚାର ବିମର୍ଶ କରି କାର୍ଯ୍ୟ କରନ୍ତୁ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର ଆୟ ମଧ୍ୟମ ରହିବ। ପରୋପକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।
Comments are closed.