www.samajalive.in
Monday, December 8, 2025
24.1 C
Bhubaneswar

ବଢୁଛି ନଡିଆ କତା ଚାହିଦା

ଭୁବନେଶ୍ୱର : ବଢୁଛି ନଡିଆ କତା ଚାହିଦା। ଏହାକୁ ବ୍ୟବହାର କରି ଲୋକେ ରୋଜଗାରର ବିିଭିନ୍ନ ମାଧ୍ୟମ ମଧ୍ୟ ପାଉଛନ୍ତି। ପ୍ରଥମେ ନଡିଆରୁ କତା ବାହାର କରି ଏହାକୁ ଗଦି, ସୋଫା ଆଦି ତିଆରି କରିବା ପାଇଁ ବ୍ୟବହାର କରାଯାଉଛି। ଏହାସହ ନଡିଆ କତାର ଅବଶିଷ୍ଟ ଅଂଶରୁ ଗୁଣ୍ଡ ଆକାରରେ ଏହାକୁ ଗଛ ପାଇଁ ସାର ଭଳି ମଧ୍ୟ ବ୍ୟବହାର କରାଯାଉଛି। ନଡିଆ କତାକୁ ବ୍ୟବହାର କରି ସୁନ୍ଦର ସୁନ୍ଦର କଣ୍ଢେଇ ମଧ୍ୟ ତିଆରି କରାଯାଉଛି। ବଜାରରେ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ବିଭିନ୍ନ ଯାତ୍ରାରେ ଏହାକୁ ବିକ୍ରି କରି ଲୋକେ ବେଶ ଦି ପଇସା ରୋଜଗାର କରୁଛନ୍ତି। ଚାହିଦା ବୃଦ୍ଧି ପାଉଥିବାରୁ ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି  ୧୦୦ ଟଙ୍କାରୁ ଅଧିକ ରହିଛି।

ବର୍ଷେ ପରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଜୁନ୍ ୧୫ରୁ ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..

- Advertisement -

ହାତୀ, ଘୋଡା, ହରିଣ, କଇଁଚ, ଫୁଲ ଦାନୀ, ପୂର୍ଣ୍ଣକୁମ୍ଭ ଆଦି ନଡିଆ କତାରେ ତିଆରି କରି ବିକ୍ରି କରାଯାଉଛି। ନଡିଆ କତାକୁ ଗଦି ତିଆରି ପାଇଁ ବ୍ୟବହାର କରାଯାଇଥାଏ। ବିଭିନ୍ନ ସ୍ଥାନରେ ଏଥିରୁ ଘର ସାଜସଜ୍ଜା ଜିନିଷ ସହ ପାପୋଛୋ ମଧ୍ୟ ତିଆରି କରାଯାଏ।

ନଡିଆ କତାର ଗୁଣ୍ଡ ମିଶାଇବା ଦ୍ୱାରା ମାଟିରେ ଆର୍ଦ୍ରତା ରହିଥାଏ। ଏହି କାରଣରୁ, ମଞ୍ଜି କିମ୍ବା ଉଦ୍ଭିଦରେ ଫଙ୍ଗଲ୍ ରୋଗ ହୁଏ ନାହିଁ ଏବଂ ମଞ୍ଜି ଶୀଘ୍ର ବଢେ। ମାଟିରେ ନଡିଆ କତାର ଗୁଣ୍ଡ ମିଶାଇଲେ ଜଙ୍ଗଲୀ ଘାସ ବଢିବାରେ ରୋକିଥାଏ। ଅଧିକ ଜଳ ଶୋଷିବାର କ୍ଷମତା ହେତୁ ମାଟି ଆର୍ଦ୍ର ରହିଥାଏ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories