www.samajalive.in
Saturday, December 6, 2025
19.1 C
Bhubaneswar

ବଢିଲା ବିଜୁଳି ଦର, ଦେବାକୁ ପଡିବ ଅଧିକ ପଇସା

ରାୟପୁର : ଛତିଶଗଡବାସୀଙ୍କୁ ଏଣିକି ଅଧିକ ବିଦ୍ୟୁତ୍ ଶୁଳ୍କ ଦେବାକୁ ହେବ । ରାଜ୍ୟରେ ବିଜୁଳି ମହଙ୍ଗା ହେବା ପରେ ରାଜ୍ୟବାସୀଙ୍କୁ ଝଟକା ଲାଗିଛି  । ଘରୋଇ ଉପଭୋକ୍ତାଙ୍କୁ ଏଣିକି ୟୁନିଟ୍ ପିଛା ୨୦ ପଇସା ଅଧିକ ଦେବାକୁ ପଡିବ । ଅନ୍ୟପଟେ ବିଜୁଳି ବିଲ୍ ବଢିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ସଞ୍ଚାର ପ୍ରମୁଖ ସୁଶୀଲ ଆନନ୍ଦ ଶୁକ୍ଲା । କଂଗ୍ରେସ ଦଳ ଏହାର ବିରୋଧ କରୁଛି । ସରକାର ଆସିବା ଦିନଠୁ ଲୋକଙ୍କ ଖର୍ଚ୍ଚ ବଢୁଥିବା କହିଛି ବିରୋଧୀ ଦଳ ।

ଛତିଶଗଡରେ ୫୫ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ଆଗାମୀ ମାସଠୁ ବିଜୁଳି ବିଲ୍ ସାମାନ୍ୟ ଅଧିକ ଦେବାକୁ ହେବ । ରାଜ୍ୟ ବିଦ୍ୟୁତ ନିୟାମ ଆୟୋଗ ମାସ ଆରମ୍ଭରୁ ନୂଆ ଦାମ୍ ଜାରି କରିଦେଇଛି । ସବୁ ବର୍ଗର ଟାରିଫରେ ପରିବର୍ତ୍ତନ କରାଯାଇଛି । ଘରୋଇ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ୨୦ ପଇସା ପ୍ରତି ୟୁନିଟ୍ ବୃଦ୍ଧି କରାଯାଇଛି । ଏଥିରେ ଘରୋଇ ଉପଭୋକ୍ତାଙ୍କ ବିଜୁଳି ବିଲରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଖର୍ଚ୍ଚ ପାଇଁ ୨୦ ଟଙ୍କାର ବୃଦ୍ଧି ହୋଇଛି  । ସେହିଭଳି ୨୦୦ ୟୁନିଟରେ ୪୦ ଟଙ୍କା ଏବଂ ୬୦୦ ୟୁନିଟ୍ ବିଜୁଳି ଖର୍ଚ୍ଚ ପାଇଁ ୧୨୦ ଟଙ୍କା ଅଧିକ ଦେବାକୁ ହେବ । ନୂଆ ଟାରିଫ୍ ୧ ଜୁନରୁ ୨୦୨୪ରୁ ଲାଗୁ ହୋଇଯାଇଛି ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories