www.samajalive.in
Sunday, December 7, 2025
23.1 C
Bhubaneswar

ଏନଡିଏ ସରକାରଙ୍କ ଶପଥ ଗ୍ରହଣ ପୂର୍ବରୁ ଲାଗିଲା ନୀତିଶଙ୍କ ପୋଷ୍ଟର: ‘ଟାଇଗର ଜିନ୍ଦା ହୈ’

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ସରକାର ଗଠନ ପ୍ରକ୍ରିୟା ଗତି ଧରିଛି । ଲୋକସଭା ନିର୍ବାଚନରେ ଏନଡିଏର ବିଜୟ ପରେ ମେଣ୍ଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗୁରୁତ୍ବ ବଢିଯାଇଛି । ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ଏହା ମଧ୍ୟରେ ନୀତିଶ କୁମାରଙ୍କ ଏକ ମଜାଦାର ପୋଷ୍ଟର ଦେଖିବାକୁ ମିଳିଛି ।

ପାଟଣାରେ ଲାଗିଥିବା ନୀତିଶ କୁମାରଙ୍କ ଏହି ପୋଷ୍ଟର ଏବେ ଚର୍ଚ୍ଚାରେ । ଏହି ପୋଷ୍ଟର ପାଟଣା ଥାନା ସାମ୍ନା ଛକରେ ଲାଗିଛି । ଏଥିରେ ୨ଟି ସିଂହଙ୍କ ମଧ୍ୟରେ ନୀତିଶ କୁମାରଙ୍କ ଫଟୋ ଲାଗିଛି । ଏହା ସହିତ ପୋଷ୍ଟରରେ ଲେଖାଯାଇଛି କି ଟାଇଗର ଜିନ୍ଦା ହୈ ।   କେନ୍ଦ୍ର ରାଜନୀତିରେ ନୀତିଶ କୁମାରଙ୍କ ଭୂମିକାକୁ ଏହା ଇଶାରା କରୁଛି ।

- Advertisement -

କହିରଖୁଛୁ ଲୋକସଭା ନିର୍ବାଚନ ଫଳାଫଳ ପରେ ନୀତିଶ କୁମାର ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କିଙ୍ଗମେକର ହୋଇ ଉଭା ହୋଇଛନ୍ତି । ଏନଡିଏକୁ ୫୪୩ ରୁ ୨୯୩ ଆସନ ମିଳିଛି ଏବଂ ଇଣ୍ଡି ମେଣ୍ଟକୁ ୨୩୩ ଆସନ ମିଳିଛି । ବିଜେପିକୁ ୨୪୦ ଆସନ ସହିତ ବହୁମତ ମିଳିଛି କିନ୍ତୁ ୨୭୨ ଛୁଇଁଥିଲେ ଦଳ ନିଜ ଦମ ବଳରେ ସରକାର ଗଢିଥାନ୍ତା ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories