www.samajalive.in
Friday, December 12, 2025
23.1 C
Bhubaneswar

କଳାପଥର ଧଳାପଥର ଜୁନିୟର କଲେଜରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ, ରାତ୍ରୀ ଜଗୁଆଳି ଅଟକ 

କଳାପଥର(ବାଙ୍କୀ) : ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ  କଳାପଥର ଠାରେ ଥିବା ଆଞ୍ଚଳିକ କଲେଜରୁ ଗତ ରାତିରେ କଲେଜ ଘର ଭାଙ୍ଗି କେହି ସମସ୍ତ ସିଲିଂ ଫ୍ୟାନ, ଷ୍ଟାଣ୍ଡ ଫ୍ୟାନ, ଆକୁଗାର୍ଡ, ଟେବୁଲ୍, ସମସ୍ତ ବିଦ୍ୟୁତ ବଲ, ସିସି କ୍ୟାମେରା ସହିତ ଅନେକ ଆସବାବ ପତ୍ର ଚୋରି କରି ନେଇଥିବା ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି।
କାର୍ଯ୍ୟନିର୍ବାହୀ  କଲେଜ ଅଧ୍ୟକ୍ଷ ସୁନନ୍ଦ୍ ଛାଟୋଇଙ୍କ ଏତଲା ଆଧାରରେ ବୈଦ୍ୟେଶ୍ୱର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ରାତ୍ର ଜଗୁଆଳି ଥିବା ବେଳେ କିପରି କଲେଜ କବାଟ ଝରକା ଭାଙ୍ଗି ବିଭିନ୍ନ ଉପକରଣ ଚୋରୀ ହୋଇଗଲା ସେଥିନେଇ ବିସ୍ମୟ ସୃଷ୍ଟି କରିଛି। ଆଜି ବୈଦ୍ୟେଶ୍ୱର  ପୁଲିସ ରାତ୍ର ଜଗୁଆଳି ପରମାନନ୍ଦ ପ୍ରଧାନକୁ ଥାନାକୁ ଡ଼ାକିନେଇ ଅଟକ ରଖିଛି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories