ବୌଦ୍ଧ : ବୌଦ୍ଧ ଜିଲାର ପ୍ରଣାମ ଅନୁ୍ଷ୍ଠାନ ପକ୍ଷରୁ ଚତୁର୍ଥ ରାଜ୍ୟସ୍ତରୀୟ ଗ୍ରୀଷ୍ମକାଳୀନ ଓଡିଶୀ ନୃତ୍ୟ କର୍ମଶାଳା ଗତ ବୁଧବାର ଦିନ ଉଦଘାଟିତ ହୋଇଯାଇଛି। ଏହି କର୍ମଶାଳାକୁ ମୁଖ୍ୟଅତିଥି ଭାବେ ଚିତ୍ତରଂଜନ ଦାଶ, ଅନୁଷ୍ଠାନର ସଭାପତି ବସନ୍ତ କୁମାର ସାହୁ, ଉପସଭାପତି ଗୀତାଂଜଳୀ ସାହୁ, ମାର୍ଗଦର୍ଶକ ନୃତ୍ୟଗୁରୁ ଡ. ମନୋଜ କୁମାର ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ଭାଇନା ଯୋଗଦେଇ ଉଦଘାଟନ କରିଥିଲେ।
ଏନେଇ ଏଭଳି ଏକ କର୍ମଶାଳା ଆୟୋଜନ କରାଯାଇଥିବାରୁ ଅତିଥି ମାନେ ଆୟୋଜକଙ୍କୁ ପ୍ରଶଂସା କରିଥିଲେ। ଏହି କର୍ମଶାଳା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। କର୍ମଶାଳାରେ ୨୦ରୁ ଅଧିକ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି। ଏହା ଦ୍ୱାରା ଓଡିଶାରେ ଶାସ୍ତ୍ରୀୟ ନୃତ୍ୟର ବିକାଶ ଘଟିବା ସହି ଓଡିଶୀ ନୃତ୍ୟ ଶିକ୍ଷା କରୁଥିବା ଛାତ୍ର ଛାତ୍ରୀଙ୍କର ବିକାଶ ହୋଇପାରିବ।



