www.samajalive.in
Sunday, December 14, 2025
26.1 C
Bhubaneswar

କୁସୁମୀ ନଦୀରେ ବୁଡି ଭାଇଭଉଣୀ ମୃତ

ନୟାଗଡ : କୁସୁମୀ ନଦୀରେ ବୁଡି ଚାଲିଗଲା ଭାଇଭଉଣୀଙ୍କ ଜୀବନ। କୁସୁମୀ ନଦୀରେ ବୁଡ଼ି ଗୁରୁବାର ପୂର୍ବାହ୍ନରେ ଭଉଣୀ ଭାଇଙ୍କ ମୃତ୍ୟୁ ହୋଇଛି। ଏଭଳି ଅଘଟଣ ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ଗାଁରେ ଘଟିଛି। ବାଉଁଶିଆପଡ଼ା ଗାଁର ଦୁତିକୃଷ୍ଣ ସେଠୀଙ୍କ ଝିଅ ପୁଅ ଅନ୍ୟ ଜଣେ ନାବାଳକ ନିକଟସ୍ଥ କୁସୁମୀ ନଦୀକୁ ଗାଧେଇବାକୁ ଯାଇଥିଲେ। ଗାଧେଇବା ବେଳେ ନଦୀ ଗର୍ଭରେ ଭଉଣୀ-ଭାଇ ବୁଡି ଯାଇଥିଲେ। ଉଭୟଙ୍କ ବୟସ ୧୦ ରୁ ୧୨ ବର୍ଷ ହେବ ବୋଲି ଜଣାପଡିଛି। ସାଙ୍ଗରେ ଥିବା ନାବାଳକ ଭଉଣୀ -ଭାଇ ବୁଡିଯିବା ଦେଖି ସେ ପାଟି କରି ଡାକିଥିଲେ। ତାଙ୍କ ଡାକ ଶୁଣି ସଙ୍ଗେ ସଙ୍ଗେ ଗ୍ରାମବାସୀ ଉଭୟ ଭଉଣୀ-ଭାଇଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଇଟାମାଟି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories