www.samajalive.in
Sunday, December 14, 2025
26.1 C
Bhubaneswar

କୃଷି ଋଣ ଛାଡ଼ ନୀତି ଉପରେ ପ୍ରଶ୍ନ ଉଠାଇଲେ ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସର କୃଷି ଋଣ ଛାଡ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ବୁଧବାର ପଶ୍ଚିମବଙ୍ଗର ପ୍ରଶାସନିକ ଅଧିକାରୀଙ୍କ ବୈଠକରେ ମମତା କହିଛନ୍ତି ଯେ କେତେକ ଦଳ ନିର୍ବାଚନ ଜିତିବା ଲାଗି କୃଷକଙ୍କ ଋଣ ଛାଡ କରୁଛନ୍ତି। ବାସ୍ତବରେ କୃଷକଙ୍କ ଋଣ ଛାଡ ଦ୍ବାରା କେଉଁମାନେ ଉପକୃତ ହେଉଛନ୍ତି ତାହା ପ୍ରଶ୍ନର ବିଷୟ। ଋଣ ଛାଡ ଦ୍ବାରା କୃଷକମାନେ ଉପକୃତ ହେଉଛନ୍ତି ନା ନାହିଁ ତାହା ଉପରେ ତଥ୍ୟ ସଂଗ୍ରହ କରାଯାଉଛି। କଂଗ୍ରେସର ନାମ ନ ନେଇ ମମତା କୃଷି ଋଣ ଛାଡ ନୀତିକୁ ବିରୋଧ କରିଛନ୍ତି। ଅନ୍ୟପଟେ କୃଷି ବୀମା ପ୍ରସଙ୍ଗରେ ମମତା ବିଜେପିକୁ ସମାଲୋଚନା କରିଛନ୍ତି। ମମତାଙ୍କ ସମାଲୋଚନାର ଜବାବ ଦେଇ ବିଜେପି ନେତା ରାହୁଲ ସିହ୍ନା କହଛନ୍ତି ଯେ ‘ମମତା ଜଣେ ମୂଲ୍ୟହୀନ ମୁଖ୍ୟମନ୍ତ୍ରୀ’।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories