www.samajalive.in
Saturday, December 13, 2025
26.1 C
Bhubaneswar

ବିମାନରେ ଏକାଠି ନଜର ଆସିଲେ ନିତିଶ-ତେଜସ୍ୱୀ

ନୂଆଦିଲ୍ଲୀ: କେନ୍ଦ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ୨୯୨ ଆସନରେ ବିଜୟୀ ହୋଇଛି। ଇଣ୍ଡି ମେଣ୍ଟ ୨୩୨ ଆସନ ଅକ୍ତିଆର କରିଛି। ଅନ୍ୟାନ୍ୟ ଦଳଗୁଡ଼ିକ ୧୭ ଆସନରେ ବିଜୟୀ ହୋଇଛନ୍ତି। ଏଭଳି ସ୍ଥିତିରେ ଏନଡିଏ ଦରକାର ଗଢ଼ିବାକୁ ଦାବିଦାର ଥିବାବେଳେ ଇଣ୍ଡି ମେଣ୍ଟ ବି ଅନୁରୂପ ଦାବି କରୁଛି। ତେକେ କିଏ ସରକାର ଗଢ଼ିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ଏ କ୍ଷେତ୍ରରେ ଏନଡିଏର ସହଯୋଗୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କିନ୍ତୁ ସରକାର ଗଠନରେ ଏହି ଦୁଇ ଦଳର ସହଯୋଗ ନେଇ ପୂର୍ବ ରେକର୍ଡ ଖରାପ ରହିଛି।
ବୁଧବାର ଦିଲ୍ଲୀରେ ଏନଡିଏର ବୈଠକ ବସିବାର ଅଛି। ଏଥିପାଇଁ ନିତିଶ ବିହାରରୁ ଦିଲ୍ଲୀ ଯାଇଛନ୍ତି। ହେଲେ ବିମାନର ଏକ ଦୃଶ୍ୟ ଏବଂ ନିତିଶଙ୍କ ମନ୍ତବ୍ୟକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିମାନରେ ଯାତ୍ରା ସମୟରେ ନିତିଶଙ୍କ ସହିତ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଏକାଠି ଦେଖିବାକୁ ମିଳିଛି। ଦୁଇ ନେତା ଏକାଠ ଦିଲ୍ଲୀ ଯାତ୍ରା କରିଥିଲେ। ନିତିଶଙ୍କ ପଛ ସିଟରେ ତେଜସ୍ୱୀ ବସିଥିବା ଦେଖିବାକୁ ମିଳିଥିଲା।

ଏହା ବ୍ୟତୀତ ଦିଲ୍ଲୀରେ ନିତିଶ ଓହ୍ଲାଇବା ପରେ ଗଣମାଧ୍ୟମକୁ କିଛି ମନ୍ତବ୍ୟ ଦେଇଥିଲେ। ମନ୍ତବ୍ୟରେ ସେ କହିଥିଲେ, ଏବେ ସରକାର ଗଠନ ହେବ ତ ନିଶ୍ଚୟ। କିନ୍ତୁ ଏହା ଭିତରେ ଅନେକ ପ୍ରଶ୍ନ ରହିଛି। ନିତିଶ ତେଜସ୍ୱୀଙ୍କ ସହିତ ଦିଲ୍ଲୀ ଆସିବା ଏବଂ ଏନଡିଏରେ ଥାଇ ବି କେଉଁ ସରକାର ଗଠନ ହେବ ତାହା ସ୍ପଷ୍ଟ ନ କରିବା ନିତିଶଙ୍କ ଆଭିମୁଖ୍ୟକୁ ଅସ୍ପଷ୍ଟ କରୁଛି।

- Advertisement -

ଅନ୍ୟପଟେ ତେଜସ୍ୱୀ ଇଣ୍ଡି ମେଣ୍ଟ ଦ୍ୱାରା ହେବାକୁ ଥିବା ବୈଠକରେ ଯୋଗଦେବାକୁ ଦିଲ୍ଲୀ ଆସିଛନ୍ତି। ଏନଡିଏରେ ଫାଟ ସୃଷ୍ଟି କରି କିପରି କିଛି ସାଂସଦଙ୍କୁ ନିଜ ଗୋଷ୍ଠୀରେ ସାମିଲ କରି ସରକାର ଗଠନ କରିହେବ ତାହା ହିଁ ଇଣ୍ଡି ମେଣ୍ଟର ମୂଳ ଉଦ୍ଦେଶ୍ୟ ହେବ ବୋଲି କୁହାଯାଉଛି। ଏପରି ସ୍ଥଳେ ନିତିଶ ଏବଂ ତେଜସ୍ୱୀ ଏକାଠ ବିମାନରେ ଆସିବା ଏକ ଦୈବିସଂଯୋଗ ନାଁ ପ୍ରାୟୋଜିତ ତାହାକୁ ନେଇ ପ୍ରଶ୍ନ ଉଠୁଛି।

ପୂର୍ବରୁ ନିତିଶଙ୍କ ନେତୃତ୍ୱାଧୀନ ଜେଡିୟୁ ଅନେକ ଥର ଏନଡିଏରେ ସାମିଲ ହୋଇ ସମର୍ଥନ ପ୍ରତ୍ୟାହାର କରିଥିବା ନଜିର ରହିଛି। ଟିଡିପିର ଅତୀତ ବି ଅନୁରୂପ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories