www.samajalive.in
Sunday, December 14, 2025
26.1 C
Bhubaneswar

‘ମୋଦୀ ରିଟର୍ନ’ ହାୱାରେ ଉଚ୍ଛୁଳିଲା ଶେୟାର ବଜାର

ସମାଜ ଡିଜିଟାଲ ଡେସ୍କ: ସୋମବାର ଶେୟାର ବଜାର ଖୋଲିବା ପରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ବିଭିନ୍ନ ଗଣମାଧ୍ୟମର ଏକଜିଟ୍‌‌ ପୋଲ ଫଳାଫଳରେ ‘ମୋଦୀ ରିଟର୍ନ’ ହାୱା ଯୋଗୁ ଶେୟାର ବଜାର ଖୋଲିବା ପରଠାରୁ ବିଏସଇ ସେନସେକ୍‌‌ସ ୨୬୦୧ ପଏଣ୍ଟ ବଢ଼଼ିଥିଲା। ସେହିପରି ଏନଏସଇ ନିଫଟି ୮୦୭ ପଏଣ୍ଟ ଉପରେ ଖୋଲିଥିଲା। ଏକଜିଟ ପୋଲ ଫଳାଫଳ ପ୍ରକାଶ ପାଇବା ପରେ ଶେୟାର ବଜାର ଉପରେ ଏହାର ପ୍ରଭାବ ପଡ଼ିଛି ବୋଲି ଅର୍ଥନୀତି ବିଶେଷଜ୍ଞମାନେ କହୁଛନ୍ତି।

ସୋମବାର ଶେୟାର ବଜାର ଖୋଲିବା ପରେ ଉଭୟ ସେନ୍‌‌ସେକ୍‌‌ସ ଏବଂ ନିଫଟି ନିଜ ନିଜର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛନ୍ତି। ସେନ୍‌‌ସେକ୍‌‌ସ ୨୬୦୧ ପଏଣ୍ଟ ବୃଦ୍ଧି ପାଇ ୭୬୫୮୩.୨୯ରେ ପହଞ୍ଚିଥିଲା। ଏହା ପରେ ଏଥିରେ ସ୍ଥିରତା ଆସିଥିଲା। ପୂର୍ବାହ୍ନ ୧୦ଟା ୩୦ ସୁଦ୍ଧା ଏହା ୭୬୦୪୪.୮୨ ସ୍ତରରେ ଚାଲିଛି। ସେହିପରି ନିଫଟି ବି ୨୩୧୩୪.୫୫ ପଏଣ୍ଟରେ ଖୋଲିଥିଲା।

- Advertisement -

ଲୋକସଭା ନିର୍ବାଚନ ଫଳାଫଳ ୪ ତାରିଖରେ ପ୍ରକାଶ ପାଇବ। ଏହାର ଦିନକ ପୂର୍ବରୁ ଏବଂ ଏକଜିଟ ପୋଲ୍‌‌ ଫଳାଫଳକୁ ନେଇ ଶେୟାର ବଜାର ସରଗରମ ରହିଛି। ଏହାଦ୍ୱାରା ନିବେଶକମାନଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories