www.samajalive.in
Saturday, December 6, 2025
19.1 C
Bhubaneswar

ପିଏଚଡ଼ି ପାଇପରେ ନର୍ଦ୍ଦମା ପାଣି, କାର୍ଯ୍ୟାଳୟ ଘେରିଲେ ମହିଳା

ଟିଟିଲାଗଡ଼ :  ଟିଟିଲାଗଡ଼ ଅଞ୍ଚଳରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଥିବା ବେଳେ ପିଏଚଡ଼ି ପକ୍ଷରୁ ତିନି ଚାରି ଦିନରେ ଥରେ ଜଳ ଯୋଗାଣ ହେଉଥିବା ନେଇ ବିରାଟ ଚଟାଣ ଉପରେ ଅବସ୍ଥିତ ଟିଟିଲାଗଡ଼ ପୌରାଞ୍ଚଳବାସୀ ଜଳକଷ୍ଟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଯେବେବି ଜଳ ଯୋଗାଣ ହେଉଛି ସେଥିରେ ମଇଳା ପାଣି ଆସୁଛି। ଏହି ପାଣି ବ୍ୟବହାର ଉପଯୋଗୀ ହୋଇନଥିବାରୁ ଆଜି ସକାଳୁ ସେହି ପାଣି ବାଲଟି ଧରି ସହରର ହାଇସ୍କୁଲ ପଡାର ଶତାଧିକ ମହିଲା ସ୍ଥାନୀୟ ପିଏଚଡ଼ି କାର୍ଯ୍ୟାଳୟ ଘେରିଉ କରି ବିକ୍ଷୋଭ କରିଛନ୍ତି।
ଖବର ପାଇ ପିଏଚଡ଼ି ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟରାମ ଜଗତ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରୁଛନ୍ତି। ନର୍ଦ୍ଦମା ପାଣି ଯାଉଥିବା ପୌର ଡ୍ରେନ ଭିତରେ ପାଣି ପାଇପ ଯାଇଥିବା, ପାଇପରେ ଛିଦ୍ର ଥିବା ନେଇ ନାଳ ପାଣି ପାଇପ ଯୋଗେ ଲୋକଙ୍କ ଘରକୁ ଯାଉଥିବା ଅଭିଯୋଗ ହୋଇଛି । ଅନେକ ଥର ଏପରି ଅଭିଯୋଗ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ଶେଷରେ ମହିଳାମାନେ ଆଜି ପାଇପ ଯୋଗେ ଆସୁଥିବା ଅପରିସ୍କାର ପାଣି ଧରି ପିଏଚଡ଼ି କାର୍ଯ୍ୟାଳୟ ଘେରିଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories