ଆସାମ ଓ ମଣିପୁରରେ ବନ୍ୟା ପରିସ୍ଥିତି ଗମ୍ଭୀର: ଆଉ ୬ ମୃତ

ଗୁଆହାଟୀ : ଆସାମ ଓ ମଣିପୁରରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଶୁକ୍ରବାର ଆସାମରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ବାତ୍ୟା ‘ରେମାଲ’ ପ୍ରଭାବରେ ଉତ୍ତର-ପୂର୍ବ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଆସାମରେ ସାଢ଼େ ୫ଲକ୍ଷ ଓ ମଣିପୁରରେ  ପ୍ରାୟ ୨ଲକ୍ଷ ଲୋକ ବିପନ୍ନ ହୋଇପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପରିସ୍ଥିତି ସମୀକ୍ଷା କରିଛନ୍ତି। ୧୮୭ଟି ରିଲିଫ୍‌ ଶିବିରରେ ମୋଟ ୨୮ହଜାର ବିପନ୍ନଙ୍କୁ ଥଇଥାନ କରାଯାଇଛି।

Comments are closed.