www.samajalive.in
Friday, December 5, 2025
26.1 C
Bhubaneswar

ରାଜଧାନୀରେ ଲଜ୍ଜା: ମହିଳାଙ୍କୁ ନିଶାଦେଇ ଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗି ଚାଲିଗଲା ରିକ୍ସା ଚାଳକ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଅମାନୁଷିକ, ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ନିଶାଦେଇ ଦୁଷ୍କର୍ମ କରିବା ପରେ ମାଡ଼ ମାରି ଲହୁଲୁହାଣ କରିଛି ଜଣେ ରିକ୍ସା ଚାଳକ। ଏଥିସହିତ ତାଙ୍କଠାରୁ ଟଙ୍କା ଲୁଟ୍‌‌ କରି ୩ ବର୍ଷର ସନ୍ତାନ ସହିତ କ୍ଷତାକ୍ତ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଚାଲିଯାଇଛି। ଏହି ଘଟଣା ପଦାକୁ ଆସିବା ପରେ ରାଜଧାନୀରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଅଭିଯୁକ୍ତ ମହମ୍ମଦ ଉମରକୁ ଗିରଫ କରିଛି।

ପୀଡ଼ିତାଙ୍କ କହିବା ଅନୁସାରେ, ଗତ ୨୬ ତାରିଖରେ ସେ ଟ୍ରେନ ଯୋଗେ ବିହାରରୁ ପଞ୍ଜାବ ଯାଉଥିଲେ। କୌଣସି କାମ ପାଇଁ ସେ ଦିଲ୍ଲୀରେ କିଛି ସମୟ ପାଇଁ ଅଟକି ଥିଲେ। କାମ ସାରି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ ଇ-ରିକ୍ସା ଯୋଗେ ଷ୍ଟେଶନକୁ ଫେରୁଥିଲେ। ମାତ୍ର ରିକ୍ସା ଚାଳକ ତାଙ୍କୁ ବାଟରେ ଥଣ୍ଡା ପିଇବାକୁ ଯାଚିଥିଲେ। ମହିଳା ଜଣକ ଥଣ୍ଡା ପିଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଏହା ପରେ ଚାଳକ ଏକ ନିର୍ଜନ ସ୍ଥାନକୁ ନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲା।

- Advertisement -

ଦୁଷ୍କର୍ମ ପରେ ଚାଳକ ତାଙ୍କୁ ମାଡ଼ ମାରି ଟଙ୍କା ଏବଂ ମୋବାଇଲ୍‌‌ ଲୁଟି ନେଇଥିଲା। ପରେ ପୀଡ଼ିତା ଏବଂ ତାଙ୍କ ୩ ବର୍ଷର ସନ୍ତାନକୁ ଏକ ଫ୍ଲାଏଓଭର ନିକଟରେ ଫିଙ୍ଗି ଚାଲିଯାଇଥିଲା। ଜଣେ ପଥଚାରୀ ମହିଳାଙ୍କୁ ଅସହାୟ ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସହରରେ ଲାଗିଥିବା ପ୍ରାୟ ୫୦୦ ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ପୁଲିସ ଅଭିଯୁକ୍ତ ଉମରକୁ ଗିରଫ କରିବାରେ ସଫଳ ହୋଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories