ବିଶ୍ବର ପ୍ରଥମ ସିଏନଜି ବାଇକ ‘ଫାଇଟର’, ୧୮ ଜୁନରେ ଆସିବ

ନୂଆଦିଲ୍ଲୀ : ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ବଜାଜ ଅଟୋ ‘ବଜାଜ ଫାଇଟର’ ନାଁରେ ଟ୍ରେଡମାର୍କ କରାଇଛି । ଏହି ନାଁ କମ୍ପାନୀର ଆଗାମୀ ସିଏନଜି ବାଇକର ହୋଇପାରେ । ଯଦି ଏଭଳି ହୁଏ ତେବେ ଏହା ବିଶ୍ବର ପ୍ରଥମ ସିଏନଜି ବାଇକ ହେବ । କମ୍ପାନୀ ଗତ ମାସରେ ବଜାଜ ବ୍ରୁଜର ନାଁରେ ମଧ୍ୟ ଟ୍ରେଡମାର୍କ କରାଇଥିଲା । ହୁଏତ କମ୍ପାନୀ ଆଉ ଏକ ସିଏନଜି ବାଇକ ପାଇଁ ମଧ୍ୟ ଯୋଜନା କରୁଛି ।

କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ରାଜୀବ ବଜାଜ ନିକଟରେ ହୋଇଥିବା ପଲସର ୪୦୦ର ଲଞ୍ଚିଂ ଇଭେଣ୍ଟରେ ଜଣାଇଥିଲେ କି ସେ ୧୮ ଜୁନରେ ବିଶ୍ବର ପ୍ରଥମ ସିଏନଜି ବାଇକ୍ ଲଞ୍ଚ୍ କରିବାକୁ ଯାଉଛନ୍ତି । ପେଟ୍ରୋଲରେ ଚାଲୁଥିବା ବାଇକ ତୁଳନାରେ ଏହାର ଖର୍ଚ୍ଚ ଅଧା ହେବ । ଏହାକୁ ସର୍ବପ୍ରଥମେ ମହାରାଷ୍ଟ୍ର ଏବଂ ପରେ ସେହି ରାଜ୍ୟମାନଙ୍କରେ ଲଞ୍ଚ୍ କରାଯିବ ଯେଉଁଠି ସିଏନଜି ଷ୍ଟେସନ ଉପଲବ୍ଧ ଥିବ । କମ୍ପାନୀର କହିବାନୁସାରେ ଏଥିରେ ୧୦୦ ସିସି, ୧୨୫ ସିସି ଓ ୧୫୦-୧୬୦ ସିସିର ବାଇକ୍ ସାମିଲ ହେବ ।

ଚାନ୍ଦବାଲିରେ ରାଜନୈତିକ ହିଂସା:ଯୁବ ବିଜେପି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ, ବାଂଶଡ଼ା ଥାନାରେ ଅଭିଯୋଗ

ତେବେ ଏହି ବାଇକରେ ଗୋଲ ଏଲଇଡି ହେଡଲାଇଟ୍, ଗାର୍ଡ ସହିତ ଏକ ଟ୍ୟୁବଲାର ହ୍ୟାଣ୍ଡେଲବାର୍, ବଡ ଫ୍ୟୁଲ ଟ୍ୟାଙ୍କ, ବଡ ସିଟ୍ ଏବଂ ସିଙ୍ଗଲ ପିସ୍ ଗ୍ରାବ୍ ରେଲ୍ ଏବଂ ଏଲଇଡି ଟେଲଲାଇଟ୍ ମିଳିବ । ଏହାର ଇଞ୍ଜିନର କ୍ଷମତା ୧୧୦-୧୨୫ ସିସି ମଧ୍ୟରେ ହେବା ସମ୍ଭାବନା ରହିଛି ଏବଂ ଏହାର ଦାମ୍ ୮୦ ହଜାର ଟଙ୍କା(ଏକ୍ସ-ଶୋରୁମ୍) ପାଖାପାଖି  ହେବ ।

Comments are closed.