www.samajalive.in
Tuesday, December 9, 2025
16.1 C
Bhubaneswar

ଏହି କମ୍ପାନୀ ନିଜ ଇ-ସ୍କୁଟରରେ ଦେଉଛି ଲାଇଫଟାଇମ୍ ଓ୍ବାରେଣ୍ଟି

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତା କମ୍ପାନୀମାନେ ଏବେ ଗାଡିର ବ୍ୟାଟେରୀକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି । ଓଲା ଇଲେକ୍ଟ୍ରିକ୍ ନିଜ ସମସ୍ତ ମଡେଲର ବ୍ୟାଟେରୀ ଉପରେ ୮ ବର୍ଷର ଓ୍ବାରେଣ୍ଟି ଘୋଷଣା କରିଛି । ଏହା ପରେ ଗାଡିର ବିକ୍ରି ବଢିଛି । ଅନ୍ୟ କମ୍ପାନୀମାନେ ମଧ୍ୟ ନିଜ ମଡେଲ ଉପରେ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଓ୍ବାରେଣ୍ଟି ଦେଉଛନ୍ତି । ଏହା ମଧ୍ୟରେ ଲେକ୍ଟ୍ରିକ୍ସ ଇଭି ନିଜ ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀ ଉପରେ ଲାଇଫଟାଇମ୍ ଓ୍ବାରେଣ୍ଟିର ଘୋଷଣା କରିଦେଇଛି । ଏଥିପାଇଁ ଗ୍ରାହକଙ୍କୁ ବ୍ୟାଟେରୀ ସବସ୍କ୍ରିପ୍ସନ ନେବାକୁ ହେବ ।

ଲେକ୍ଟ୍ରିକ୍ସ ଇଭିର ଅଫିସିଆଲ ଓ୍ବେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଏହି ସବସ୍କ୍ରିପ୍ସନ ପ୍ଲାନର ଦାମ୍ ୧୪୯୯ ଟଙ୍କା ପ୍ରତି ମାସିକ । ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ କମ୍ପାନୀର କୌଣସି ବି ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ କିଣିବାକୁ ହେବ । ଏହା ପରେ କମ୍ପାନୀର ଆପକୁ ଯାଇ ନିଜ ଗାଡି ପାଇଁ ଲାଇଫଟାଇମ ବ୍ୟାଟେରୀ ସବସ୍କ୍ରିପ୍ସନ ପ୍ଲାନ୍ ନେବାକୁ ହେବ । ଏହି ପ୍ଲାନକୁ ଆପ ସାହାଯ୍ୟରେ ଆକ୍ଟିଭ୍ କରିପାରିବେ ଗ୍ରାହକ । କମ୍ପାନୀ ଏହାକୁ ଏଲଏକ୍ସଏସ୍ ବ୍ୟାଟେରୀ ସବସ୍କ୍ରିପ୍ସନ ନାଁ ଦେଇଛି । ଏହାର ଦାମ୍ ୪୯,୯୯୯ ଟଙ୍କା । କମ୍ପାନୀ ଦାବି କରୁଛି କି ଏହି ବ୍ୟାଟେରୀ ୧୦୦ କିଲୋମିଟର ରେଞ୍ଜ ପ୍ରଦାନ କରିବ । ଏହି ବ୍ୟାଟେରୀକୁ ୧.୨୫ କିଲୋମିଟର ଚଲାଇ ପରୀକ୍ଷା କରାଯାଇଛି । ଏହି କମ୍ପାନୀର ଗାଡିର ଦାମ୍ ଭିନ୍ନ ଭିନ୍ନ ରହିଛି । ଆପଣ ଏହାର ଅଫିସିଆଲ ଓ୍ବେବସାଇଟକୁ ଯାଇ ଏଗୁଡିକର ଦାମ୍ ସମ୍ପର୍କରେ ତଥ୍ୟ ନେଇପାରିବେ ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories