www.samajalive.in
Friday, December 12, 2025
15.1 C
Bhubaneswar

ଆଫଗାନୀସ୍ତାନରେ ଆତଙ୍କବାଦୀ ଆକ୍ରମଣ ,୪୩ ମୃତ

କାବୁଲ . – ଆଫଗାନୀସ୍ତାନରେ  ଏକ ସରକାରୀ କାର୍ଯ୍ୟାଳୟରେ ୪୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ପ୍ରଥମେ ଏହି କାର୍ଯ୍ୟାଳୟର ପ୍ରବେଶ ଦ୍ୱାରରେ ଏକ କାରକୁ ବସ୍ଫୋରଣ କରି ଉଡ଼ାଇ ଦେଇଥିଲେ । ପରେ ବନ୍ଧୁକଧାରୀ ଏହି ସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲେ । କୌଣସି ଆତଙ୍କବାଦୀ ସଂଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି ।

ପୂର୍ବରୁ ତାଲିବାନ ଓ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍‌ ଷ୍ଟେଟ୍‌ ପକ୍ଷରୁ ଏପରି ଆକ୍ରମଣ କରାଯାଇଥିଲା । ଚଳିତ ବର୍ଷର ଆଫଗାନୀସ୍ତାନ ରାଜଧାନୀରେ ଏହା ସବୁଠାରୁ ବଡ ଆକ୍ରମଣ । କୌଣସି ଆତଙ୍କବାଦୀ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି ।

- Advertisement -

ଆକ୍ରମଣ ସୂଚନା ପାଇବାପରେ ସୁରକ୍ଷା କର୍ମୀ ଏହି କାର୍ଯ୍ୟାଳୟକୁ ଚାରିପଟୁ ଘେରି ରହିଛନ୍ତି । ଆକ୍ରମଣକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରୀ  ରହିଛି । ଏଥିରେ ୫ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩୫୦ ଜଣ ସାଧାରଣ ନାଗରିକଙ୍କୁ ମୁକ୍ତ କରାଯାଇଛି।

ଏହା ପୂର୍ବରୁ ଏକ ଭିଡ ବଜାରରେ ଜଣେ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ କରି ନିଜକୁ  ଉଡ଼ାଇ ଦେଇଥିଲା । ଏଥିରେ ୫୫ ଜଣଙ୍କର ମୃତ୍ୟୁ ହୋଇଥିଲା ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories