www.samajalive.in
Saturday, December 13, 2025
21.1 C
Bhubaneswar

ପିପିଲି ଟୋଲ୍‍ଗେଟ୍‍ ହଟାଇବାକୁ ଦାବି ଜୋର୍‍ ଧରିଲା

ପିପିଲି : ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ପିପିଲି ଟୋଲ୍‍ଗେଟ୍‍କୁ ନେଇ ପିପିଲି-ଡେଲାଙ୍ଗରେ ଜନ ଆନ୍ଦୋଳନ ତୀବ୍ର ହେବା ପରେ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ଏହାକୁ ଉଠାଇନେବାକୁ ପରାମର୍ଶ ଦେଇଥିଲେ। ଏହି ଟୋଲ୍‍ ଗେଟ୍‍ ଜାତୀୟ ରାଜପଥ ଶୁଳ୍କ(ଦର ନିର୍ଦ୍ଧାରଣ ଓ ଆଦାୟ) ନିୟମ ୨୦୦୮ର ୮ ଧାରାକୁ ଖୋଲାଖୋଲି ଉଲଂଘନ କରି ପିପିଲି ସହର ଠାରୁ ମାତ୍ର ୨୦୦ ମିଟର ମଧ୍ୟରେ ରହିଛି। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ନୀରବ ଦ୍ରଷ୍ଟା ସାଜିଛନ୍ତି। ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଏହି ଟୋଲ୍‍ ଗେଟ୍‍ ବେଆଇନ ଭାବେ ଚାଲିଛି ଓ ଲୋକଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି। ଏହାକୁ ନେଇ ଟୋଲଗେଟ୍‍ କ୍ରିୟାନୁଷ୍ଠାନ କମିଟି ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
ପିପିଲି ଟୋଲ୍‍ଗେଟ୍‍ ହଟାଅ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ତଥା ରାଜ୍ୟ ପ୍ରଦେଶ କଂଗ୍ରେସର ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ପିପିଲିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ଟୋଲ୍‍ଗେଟ୍‍ ବେଆଇନ ଭାବେ ନିର୍ମିତ ହୋଇଛି ବୋଲି ରାଜ୍ୟ ସରକାର ମତ ରଖିସାରିଥିବା ବେଳେ କେନ୍ଦ୍ର ସରକାର ତୁରନ୍ତ ଲୋକଙ୍କ ଦାବି ଓ ରାଜ୍ୟ ସରକାରଙ୍କ ଚିଠି ଉପରେ ପଦକ୍ଷେପ ନେଇ ଟୋଲ୍‍ ଗେଟ୍‍କୁ ଉପଯୁକ୍ତ ଯାଗାକୁ ସ୍ଥାନାନ୍ତରଣ କରନ୍ତୁ ବୋଲି ଶ୍ରୀ ମିଶ୍ର ବୈଠକରେ ଦାବି କରିଥିଲେ। କାରଣ ଏହି ଟୋଲ୍‍ ପ୍ଲାଜା ଜାତୀୟ ରାଜପଥ ଶୁଳ୍କ ନିୟମକୁ ଉଲଂଘନ କରିବା ସହିତ ଅନେକ ଆଇନ ପ୍ରକ୍ରିୟାକୁ ଅଣଦେଖା କରି ନିର୍ମାଣ ହୋଇଛି। ସେହିପରି ନିମାପଡା, କାକଟପୁର, ଅସ୍ତରଙ୍ଗ, କୋଣାର୍କ ପ୍ରଭୃତି ସ୍ଥାନରୁ ଆସୁଥିବା ଗାଡିଗୁଡିକ ଏହି ରାଜପଥର ମାତ୍ର ୧୨ କିଲୋମିଟର ବ୍ୟବହାର କରୁଥିଲେ ମଧ୍ୟ ଶତପ୍ରତିଶତ ଟୋଲ୍‍ଫି ଦେବାକୁ ପଡୁଛି। ଏସବୁ ନିୟମକୁ ଉଲଂଘନ କରିଥିବା ଟୋଲ୍‍ଗେଟ୍‍କୁ ଉଚ୍ଛେଦ କରିବା ସରକାରଙ୍କ ଦାୟିତ୍ୱ ବୋଲି ଶ୍ରୀ ମିଶ୍ର କହିବା ସହ ଏହା ନହେଲେ ଆନ୍ଦୋଳନକୁ ପୁଣି ତୀବ୍ରତର କରାଯିବ ବୋଲି ସେ କହିଛନ୍ତି। ଏଥିରେ ବରିଷ୍ଠ କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଦୁର୍ଗାଚରଣ ରାଉତରାୟ, ପ୍ରଦୀପ ବଢେଇ, ଟୁଟୁ ପରିଡା, ଏମ୍‍ଡି ସବଦର୍‍ ସାହା, ଶେଖ ମେହବୁବ୍‍, ମକର ପ୍ରଧାନ, ଭାଗିରଥୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories