କିଆ ଆଣିବ ୪ ନୂଆ ଇଲେକ୍ଟ୍ରିକ୍ କାର୍, ଥରେ ଚାର୍ଜ କଲେ ଯିବ ୭୦୮ କି.ମି.
ନୂଆଦିଲ୍ଲୀ : ଭାରତରେ ଇଲେକ୍ଟ୍ରିକ୍ କାରର ବଢୁଥିବା ଚାହିଦା ଦେଖି କାର୍ ନିର୍ମାତା କମ୍ପାନୀମାନେ ନୂଆ ନୂଆ ମଡେଲ ବଜାରକୁ ଆଣୁଛନ୍ତି । ଏବେ କୋରିଆ କମ୍ପାନୀ କିଆ ମୋଟର ଇଣ୍ଡିଆ ମଧ୍ୟ ଭାରତରେ ନିଜ ପୋର୍ଟଫୋଲିଓକୁ ବଢାଇବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଭାରତୀୟ ଇଭି ବଜାରରେ ୨୦୨୬ ସୁଦ୍ଧା ୩ ନୂଆ ଇଲେକ୍ଟ୍ରିକ୍ କାର୍ ଆଣିବା ପାଇଁ ପ୍ରସ୍ତୁତ ହେଉଛି । ଏଥିରେ କିଆ ଇଭି୯, ଇଭି୩ ଏବଂ କ୍ୟାରେନ୍ସ ଇଭି ମଧ୍ୟ ସାମିଲ । କମ୍ପାନୀ ଭାରତରେ ପୂର୍ବରୁ ଥିବା ଇଭି୬ର ଫେସଲିଫ୍ଟ ମଡେଲ ମଧ୍ୟ ଆଣିବ ।
କିଆ ଇଭି୯ର ଦାମ୍ କଥା କହିବା ତ କମ୍ପାନୀ ଏହାର ଦାମ୍ ୮୦ ଲକ୍ଷ ଟଙ୍କା ରଖିଛି । ଏହାକୁ ଥରେ ଚାର୍ଜ କଲେ ଏହା ୬୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଇଭି୩ କଥା କହିବା ତ ଏହାର ଦାମ୍ ପ୍ରାୟ ୩୦ ଲକ୍ଷ ଟଙ୍କା ରହିବ । ଏହା ମଧ୍ୟ ଫୁଲ ଚାର୍ଜରେ ୬୦୦ କିଲୋମିଟର ଯାତ୍ରା କରିପାରିବ । କିଆ କ୍ୟାରେନ୍ସ ଇଭି କଥା କହିବା ତ ଏହାର ଏକ୍ସ ଶୋରୁମ୍ ଦାମ୍ ୨୫ ଲକ୍ଷ ଟଙ୍କା । ଏହାକୁ ଥରେ ଚାର୍ଜ କଲେ ୪୦୦ରୁ ୫୦୦ କିଲୋମିଟର ଯାତ୍ରା କରିବ । ଇଭି୬ ଫେସଲିଫ୍ଟର ଦାମ୍ ପ୍ରାୟ ୬୦ ଲକ୍ଷ ୯୫ ହଜାର ଟଙ୍କା ରଖିଛି କମ୍ପାନୀ । ଏହାକୁ ଥରେ ଚାର୍ଜ କଲେ ଏହା ୪୯୪ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ।
Comments are closed.