www.samajalive.in
Sunday, December 14, 2025
26.1 C
Bhubaneswar

ଜାଣନ୍ତି କି… କେଉଁଯାଏ ପଢ଼଼ିଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ?

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ଜଣେ ପ୍ରମୁଖ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସେ ସର୍ବଦା କିଛି ନା କିଛି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଆସନ୍ତି। ତେବେ ଆପଣ ଜାଣିଛନ୍ତି କି ସେ କେଉଁଯାଏ ପାଠ ପଢ଼଼ିଛନ୍ତି ? ତାଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ ? ତେବେ ଆସନ୍ତୁ ସେ ବିଷୟରେ କିଛି ଜାଣିବା…

ଗୁଜରାଟର ସୁରଟରେ ୧୯୯୩ ଅକ୍ଟୋବର ୧୧ରେ ଏକ ମଧ୍ୟବିତ୍ତ ପରିବାରରେ ହାର୍ଦ୍ଦିକଙ୍କ ଜନ୍ମ। ବରୋଦାସ୍ଥିତ ଏମ.କେ ହାଇସ୍କୁଲରେ ସେ ତାଙ୍କ ସ୍କୁଲ ପଢ଼଼ା ଆରମ୍ଭ କରିଥିଲେ। ୯ମ ଶ୍ରେଣୀରେ ପଢ଼଼ିବା ସମୟରେ କ୍ରିକେଟ୍‌‌ ଖେଳ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଦେଖାଦେଇଥିଲା। ଏହିଠାରୁ ତାଙ୍କ ପାଠପଢ଼଼ାରେ ଡୋରି ବନ୍ଧା ହୋଇଥିଲା। ପାଠ ନୁହେଁ, ବରଂ କ୍ରିକେଟ୍‌‌ରେ ତାଙ୍କ କ୍ୟାରିୟର ଲୁଚି ରହିଛି ବୋଲି ସେ ପିଲାଦିନୁ ଅନୁଭବ କରିପାରିଥିଲେ। ଏ ନେଇ ସେ ମା’ବାପାଙ୍କୁ ଜଣାଇବା ପରେ ସେମାନେ ବି ତାଙ୍କୁ ସମର୍ଥନ କରିଥିଲେ। ସେବେଠାରୁ ଆରମ୍ଭ ହୋଇଥିଲା ହାର୍ଦ୍ଦିକଙ୍କ କ୍ରିକେଟ ଯାତ୍ରା।

- Advertisement -

୯ମ ଶ୍ରେଣୀରୁ ସେ ସ୍କୁଲ ଛାଡ଼ିବା ପରେ କ୍ରିକେଟ ପାଇଁ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ଭଦୋଦରାସ୍ଥିତ କିରଣ ମୋରେ କ୍ରିକେଟ୍‌‌ ଏକାଡେମୀରେ ସେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ସେଠାରେ ତାଙ୍କର କଠିନ ପରିଶ୍ରମ ଆଜି ତାଙ୍କୁ ବିଶ୍ୱ କ୍ରିକେଟରେ ଜଣେ କିର୍ତ୍ତୀମାନ ଖେଳାଳି ଭାବେ ଛିଡ଼ା କରିପାରିଛି। ହାର୍ଦ୍ଦିକଙ୍କ ପରିବାର ତାଙ୍କ ପାଇଁ ଅନେକ ତ୍ୟାଗ କରିଛନ୍ତି। ଆର୍ଥିକ ସମସ୍ୟା ମଧ୍ୟରେ ଗତି କରୁଥିବା ସତ୍ତେ୍ୱ ସେମାନେ ହାର୍ଦ୍ଦିକଙ୍କ କ୍ରିକେଟ ପ୍ରଶିକ୍ଷଣରେ କୌଣସି ଅବହେଳା କରି ନ ଥିଲେ।

ହାର୍ଦ୍ଦିକ ପ୍ରଥମେ ଘରୋଇ କ୍ରିକେଟରେ ନିଜର ଦକ୍ଷତା ପ୍ରତିପାଦନ କରିବା ପରେ ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ। ପ୍ରଥମେ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ରେ ଭାଗନେଇଥିଲେ। ସେଠାରୁ ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଥିଲା। ଏହା ପରେ ସେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି। ଗୁଜରାଟ ଟାଇଟନ୍ସକୁ ସେ ଆଇପିଏଲ ଟାଇଟଲ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ତାଙ୍କର ଏହି ଦକ୍ଷତା ପାଇଁ ଚଳିତ ଆଇପିଏଲ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌‌ରେ ତାଙ୍କୁ ଅଧିନାୟକ ପଦ ମିଳିଥିଲା। ଯଦିଓ ସେ ମୁମ୍ବାଇକୁ ଫାଇନାଲରେ ପ୍ରବେଶ କରାଇବାରେ ସଫଳ ହୋଇପାରି ନ ଥିଲେ, ତଥାପି ତାଙ୍କ ନେତୃତ୍ୱ ସାମଗ୍ରିକ ଭାବେ ତାଙ୍କ ପ୍ରଶଂସକମାନଙ୍କୁ ଆନନ୍ଦିତ କରିଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories