www.samajalive.in
Saturday, December 13, 2025
14.1 C
Bhubaneswar

ଶପଥ ନେଲେ କମଲନାଥଙ୍କ ୨୮ ଜଣିଆ ମନ୍ତ୍ରୀମଣ୍ଡଳ

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ମଙ୍ଗଳବାର ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। କମଳନାଥଙ୍କ ମନ୍ତ୍ରୀମଣ୍ଡଳରେ ୨୮ ଜଣ ମନ୍ତ୍ରୀ ସାମିଲ କରାଯାଇଛି। ରାଜ୍ୟପାଳ ଆନନ୍ଦିବେନ ପଟେଲ ସମସ୍ତ ୨୮ ଜଣ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି। ଏହି ମନ୍ତ୍ରୀମଣ୍ଡଳରେ ଦୁଇ ଜଣ ମହିଳା, ଜଣେ ମୁସଲମାନ ଓ ଜଣେ ନିଦ୍ଦଳୀୟ ନେତା ସାମିଲ ଅଛନ୍ତି। ମଧ୍ୟପ୍ରଦେଶର ବାରସିବନୀ ନିର୍ବାଚନୀ ମଣ୍ଡଳୀ ବିଧାୟକ ପ୍ରଦିପ ଜାୟସୱାଲ କଂଗ୍ରେସରୁ ଟିକେଟ ନ ମିଳିବାରୁ ନିଦ୍ଦଳୀୟ ଭାବେ ନିର୍ବାଚନ ଲଢିଥିଲେ।
ସେହିପରି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂହଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇଛି। ଜୟବର୍ଦ୍ଧନ ଲଗାତାର ଦ୍ୱିତୀୟ ଥର ପାଇଁ ନିର୍ବାଚନ ଜିତିଛନ୍ତି।
ସୂଚନାଯୋଗ୍ୟ ଯେ କମଲନାଥ ଡିସେମ୍ବର ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହିପରି ନଭେମ୍ବର ୨୮ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ମତଦାନ ହୋଇଥିଲା। ୨୩୦ ବିଧାନସଭା ଆସନରୁ କଂଗ୍ରେସ ୧୧୪ଟି ଆସନ ଜିତିଥିଲା। ପରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ନିଦ୍ଦଳୀୟ ନେତା ସମମର୍ଥନ କରିବା ପରେ ୧୨୧ ଆସନର ସମର୍ଥନ ହାସଲ କରି କମଳନାଥ ସରକାର ଗଠନ କରିଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories