www.samajalive.in
Sunday, December 14, 2025
23.1 C
Bhubaneswar

ଅଭାବ ଅନଟନ ସତ୍ୱେ ଯୁକ୍ତ ଦୁଇ କଳାରେ ଜିଲା ଟପ୍ପର ଝରଣା

ପଦ୍ମପୁର: ଚଳିତ ବର୍ଷ ଯୁକ୍ତ ୨ କଳା ବିଭାଗରେ ରାୟଗଡା ଜିଲା ଟପର ହୋଇଛନ୍ତି ପଦ୍ମପୁର ତ୍ରିବେଣୀ ଜ୍ଞାନ ମନ୍ଦିରର ଝରଣା ସାହୁ। ନିଜର ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ରାୟଗଡ଼ା ଜିଲାରେ ସର୍ବାଧିକ ନମ୍ୱର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଝରଣା। ଝରଣାଙ୍କ ପିତା କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ। ମା ଜଣେ ଦିନ ମଜୁରିଆ। ଦାରିଦ୍ରତାର କଷାଘାତ ଦେଇ ଗତି କରିଥିଲେ ମଧ୍ୟ ସାରସ୍ଵତ ଶିକ୍ଷା ସାଧନରୁ ଓହରି ଯାଇନଥିଲେ ଝରଣା। ପ୍ରବଳ ଗ୍ରୀଷ୍ମପ୍ରବାହରେ ମଧ୍ୟ ଝରଣା ରେ ପାଣି ନଶୁଖି କୁଳୁକୁଳୁ ନାଦରେ ପାଣି ବୋହିଲା ଭଳି ଝରଣା ମଧ୍ୟ ବାପାଙ୍କୁ ହରାଇଥିବା ଦୁଃଖ ଓ ଅଭାବ ଅନାଟନ ସତ୍ୱେ ପଛକୁ ନଫେରି ପାଠ ପଢ଼ାରେ ମନ ଦେଇ ଅଗକୁ ବଢିଥିଲେ।
ଉକ୍ତ ଛାତ୍ରୀଙ୍କର ପାଠ ପଢା ପ୍ରତି ପ୍ରବଳ ଇଚ୍ଛା ଶକ୍ତି ଦେଖି ତ୍ରିବେଣୀ ଜ୍ଞାନ ମନ୍ଦିରର ସଭାପତି ଶ୍ରୀଯୁକ୍ତ ସ୍ଵାଗତ ଶେଖର ଜେନା, ତାଙ୍କ ବନ୍ଧୁ ତାପସ ତୁଳ ଓ ଋତୁପୂର୍ଣା ସ୍ୱାଇଁ ଝରଣାଙ୍କୁ ପାଠ ପଢିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଫଳରେ ଆଜି ତ୍ରିବେଣୀ ଜ୍ଞାନ ମନ୍ଦିରର ନା ରଖିଛନ୍ତି ସେ। ତାଙ୍କର ଏହି ସଫଳତା ପାଇଁ କଲେଜର ଅଧ୍ୟକ୍ଷ ଓ କର୍ମଚାରୀଙ୍କ ସମେତ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ବର୍ତ୍ତମାନ ଝରଣା ଉଚ୍ଚଶିକ୍ଷା ପାଇଁ ମନ ବଳାଇଥିଲେ ମଧ୍ୟ ଅଭାବ ଅନାଟନ ଯୋଗୁଁ ଚିନ୍ତାରେ ପଡିଛନ୍ତି। ତାଙ୍କ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହନର ଆବଶ୍ୟକ ଥିବାରୁ ପ୍ରଶାସନ ପକ୍ଷରୁ ସହଯୋଗର ଆବଶ୍ୟକତା ରହିଛି।
ଝରଣାଙ୍କ ସହ ପଦ୍ମପୁର ତ୍ରିବେଣୀ ଜ୍ଞାନ ମନ୍ଦିରର ଲାଲୁ ପ୍ରସାଦ ମାଝି ଜିଲାରେ ଦୁତୀୟ ସ୍ଥାନ ଅଧିକାର କରିଛନ୍ତି। ଚଳିତ ବର୍ଷ ମଧ୍ୟ ଉକ୍ତ ବିଦ୍ୟାଳୟର ସତ ପ୍ରତିଶତ ଫଳାପଳ ହୋଇଛି। ସର୍ବମୋଟ ୯୬ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୪୩ ଜଣ ପ୍ରଥମ ଶ୍ରେଣୀ, ୨୭ ଜଣ ଦୂତୀୟ ଶ୍ରେଣୀ ଓ ୨୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories