www.samajalive.in
Wednesday, December 10, 2025
14.1 C
Bhubaneswar

ସକ୍ରିୟ ଦଲାଲ, ଅଦିନିଆ ବର୍ଷାରେ ଚାଷୀ ବେହାଲ

ଲଡୁଗାଁ: କୋକସରା ଅଞ୍ଚଳରେ ଦଲାଲଙ୍କ କବଜାରୁ ମୁକୁଳି ପାରିନାହାନ୍ତି ଚାଷୀ। ରବି ଧାନ ଅମଳ ହେଉ ହେଉ ଦଲାଲମାନେ ସକ୍ରିୟ ହୋଇ ପଡ଼ିଲେଣି। ଧାନକଟା ଆରମ୍ଭ ସହ ଅମଳ ଆରମ୍ଭ ହେଲାଣି। ହେଲେ ଏବେଠାରୁ ଦଲାଲମାନେ ଚାଷୀଙ୍କୁ ଅଗ୍ରୀମ ଟଙ୍କା ଦେବା ସହିତ ଦୁଆରେ ଡେରା ପକାଇବା ଆରମ୍ଭ କରିଛନ୍ତି। ମଣ୍ଡିରେ ନାନା ଅବ୍ୟବସ୍ଥା ସାଙ୍ଗକୁ ମିଲରଙ୍କ ପ୍ରତିବାଦ ପାଇଁ ମଣ୍ଡି ବିଳମ୍ବରେ ଖୋଲିବା ନେଇ ଚାଷୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ମଣ୍ଡିରେ ଧାନ ମନ୍ଥର ଗତିରେ ଓ ଅଦିନିଆ ବର୍ଷା ଯୋଗୁଁ ହାତରେ ଟୋକନ୍ ଧରି ଚାଷୀ ଧାନ ଦେବାରୁ ବଞ୍ଚିତ ହେଉଛନ୍ତି। କିଛି ପାକ୍ସ ସମ୍ପାଦକଙ୍କ ସମେତ ମିଲର ଏବଂ ଦଲାଲଙ୍କ ମଧୁଚନ୍ଦ୍ରିକା ପାଇଁ ଚାଷୀ ସମସ୍ୟା ଭୋଗୁଛନ୍ତି। ଫଳରେ ଚାଷୀ ମଣ୍ଡିରେ ଧାନ ଦେବାରୁ ବଞ୍ଚିତ ହେଉଛି।

ଏସବୁକୁ ନେଇ ଚାଷୀ ମଣ୍ଡିରେ ଧାନ ଦେବାକୁ ଆଉ ଇଚ୍ଛା ପ୍ରକାଶ କରୁନଥିବା ବେଳେ ଏହାର ସୁଯୋଗ ନେଇ ଫାଇଦା ଉଠାଇବାରେ ଲାଗି ପଡ଼ିଛନ୍ତି ଦଲାଲ। ଏଭଳି ସମସ୍ୟା ଯୋଗୁଁ ଧୀରେ ଧୀରେ ସରକାରୀ ବ୍ୟବସ୍ଥା ପ୍ରତି ଚାଷୀଙ୍କ ଆଗ୍ରହ ପ୍ରକାଶ ପାଉ ନ ଥିବା ଦେଖିବାକୁ ମିଳିଛି। ବଡ଼କଥା ହେଉଛି ସରକାରଙ୍କ ନୂଆ ନୀତି ଚାଷୀଙ୍କୁ ଅଧିକ ଅଡ଼ୁଆ ମଧ୍ୟକୁ ଟାଣି ଆଣୁଛି। ଫଳରେ ଦୂରଦୂରାନ୍ତକୁ ଯାଇ ଚାଷୀ ଦିନ ଦିନ ଧରି ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି। ଏବେ ଧାନ ଅମଳ ସମୟ ଆରମ୍ଭ ହୋଇ ଯାଇଥିବାରୁ ଦଲାଲଙ୍କ ସମେତ କିଛି ପାକ୍ସ ସମ୍ପାଦକ ଏବଂ ମିଲର ଦଲାଲ ସାଜି ଚାଷୀଙ୍କଠାରୁ ସତମିଛ କହି ଧାନ ଠୁଳ କରିବାରେ ଲାଗି ପଡ଼ିଛନ୍ତି । ସଞ୍ଜ ନଇଁବା ପରେ କୋକସରା, ଲଡୁଗାଁ ଅଞ୍ଚଳରୁ ଟ୍ରିପ୍ ଟ୍ରିପ୍ ଧାନ ଜିଲା ତଥା ରାଜ୍ୟ ବାହାରକୁ ଚାଲାଣ ହେବା ଆରମ୍ଭ ହୋଇଗଲାଣି। ଏପରିକି ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ କଳାହାଣ୍ଡି ଜିଲା କୋକସରା ତଥା ବାଣିଜ୍ୟ ନଗରୀ ଲଡୁଗାଁରୁ ଚାଲାଣ ହେଉଥିବା ମଧ୍ୟ ବିଶେଷ ସୂତ୍ରରୁ ଖବର ପ୍ରକାଶ ପାଇଛି। ରାଜପଥ ଉପରେ ବେଧଡ଼କ ଭାବେ ଧାନ ଚାଲାଣ ହେଉଥିଲେ ମଧ୍ୟ ଯୋଗାଣ ବିଭାଗ ହାତବାନ୍ଧି ବସିଛି । ସରକାର ଧାନ କ୍ୱିଣ୍ଟାଲ ପ୍ରତି ୨୧୮୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଦଲାଲମାନେ ଏବେ ୧୬ ଶହରୁ ୧୭ ଶହ ଟଙ୍କା ମୂଲ୍ୟରେ କ୍ରୟ କରୁଥିବା କିଛି ଚାଷୀ ପ୍ରକାଶ କରିଛନ୍ତି । ଏଥିପ୍ରତି ଜିଲାପାଳ ଏବଂ ଯୋଗାଣ ବିଭାଗ ବିଶେଷ ଦୃଷ୍ଟିଦେବା ଆବଶ୍ୟକ ହୋଇପଡ଼ିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories