www.samajalive.in
Saturday, December 13, 2025
26.1 C
Bhubaneswar

ଆପଣଙ୍କ ସ୍ବରରେ ଫୋନ୍ ଉଠାଇବ ଏଆଇ ଆସିଷ୍ଟାଣ୍ଟ, ନୂଆ ଫିଚର ଆଣିଲା ଟ୍ରୁକଲର

ନୂଆଦିଲ୍ଲୀ : ଆଜି କାଲି କୃତ୍ରିମ ବୁଦ୍ଧିମତାର ପ୍ରଚଳନ ସବୁ କ୍ଷେତ୍ରରେ ବଢିବାରେ ଲାଗିଛି । କୁହାଯାଉଛି କି ଭବିଷ୍ୟତରେ ଏହାର ବ୍ୟବହାର ଆହୁରି ଅଧିକ ବଢିବ । ତେବେ କଣ ହେବ ଯଦି କୌଣସି ଆପ୍ ଆପଣଙ୍କ ସ୍ବରକୁ ନକଲ କରି ଆପଣଙ୍କ ତରଫରୁ ଫୋନ୍ ରିସିଭ୍ କରିବ ? ଟ୍ରୁକଲର ଏମିତି ଏକ ଦମଦାର ଫିଚର୍ ନେଇଆସିଛି । ଏହି ଫିଚର ସାହାଯ୍ୟରେ ଆପକୁ ପେଡ୍ ସବସ୍କ୍ରିପ୍ସନ ନେଇଥିବା ଉପଭୋକ୍ତା ଏଆଇ ଆସିଷ୍ଟାଣ୍ଟ ସାହାଯ୍ୟରେ ନିଜ ସ୍ବରରେ ଫୋନ କଲର ଜବାବ ଦେଇପାରିବେ । ଏହି ନୂଆ ଫିଚର ମାଇକ୍ରୋସଫ୍ଟର ଟେକ୍ନୋଲୋଜି ସହିତ ମିଶି ପ୍ରସ୍ତୁତ କରାଯାଇଛି ।

ଏବେ ଏହି ଫିଚର କେବଳ ପେଡ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । ଏହି ଫିଚର ସାହାଯ୍ୟରେ ଆପଣ ନିଜ ସ୍ବରର ନକଲ କରି କଲ୍ କରିଥିବା ଲୋକର ଜବାବ ଦେଇପାରିବେ । ଟ୍ରୁକଲର ଏହି ସୁବିଧା ସର୍ବପ୍ରଥମେ ୨୦୨୨ରେ ଆଣିଥିଲା । ଏହା ଅଜଣା ନମ୍ବରକୁ କଲ୍ ସ୍କ୍ରିନ୍ କରିବା, ମେସେଜ ନେବା, ଆପଣଙ୍କ ତରଫରୁ ଜବାବ ଦେବା ଏବଂ କଲ୍ ରେକର୍ଡ କରିବା ଭଳି କାମ କରିପାରିବ । ଏହି ଫିଚରକୁ ଚାଲୁ କରିବା ପାଇଁ ଉପଭୋକ୍ତାଙ୍କୁ ଏକ ଛୋଟ ସ୍କ୍ରିପ୍ଟ ରେକର୍ଡ କରିବାକୁ ହେବ ଏବଂ ପରେ ଆପକୁ ନିଜ ସ୍ବରରେ ନକଲ କରିବାକୁ ଅନୁମତି ଦେବାକୁ ହେବ । ସେଟଅପ୍ ହୋଇଯିବା ପରେ ଏଆଇ ଫିଚର ଏହି ରେକର୍ଡ କରାଯାଇଥିବା ସ୍ବରକୁ ବ୍ୟବହାର କଲ୍ ଉଠାଇବା ପାଇଁ କରିବ । କହିରଖୁଛୁ ଆଗାମୀ କିଛି ସପ୍ତାହରେ ଟ୍ରୁକଲର ଏହି ପର୍ସନାଲ ଆସିଷ୍ଟାଣ୍ଟ ଭଏସ ଫିଚରକୁ ଅନେକ ଦେଶକୁ ଆଣିପାରେ । କମ୍ପାନୀ ଏହି ଫିଚରକୁ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଭାରତ, ସ୍ବିଡେନ ଏବଂ ଚିଲି ଭଳି ଦେଶରେ ଲଞ୍ଚ୍ କରିବାକୁ ପ୍ରସ୍ତୁତ ହେଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories