ଅତାବିରା ବ୍ଲକରେ ମାଟ୍ରିକ ପାସ ହାର ୯୪.୬୯ ପ୍ରତିଶତ, ଶୁଭଙ୍କର ସାହୁ ୯୭.୧୬ ପ୍ରତିଶତ ରଖି ବରଗଡ଼ ଜିଲା ଟପ୍ପର
ରେଙ୍ଗାଲିକ୍ୟାମ୍ପ: ଆଜି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ପରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ମହଲରେ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଅତାବିରା ବ୍ଲକର ୩୨ ଟି ବିଦ୍ୟାଳୟ ର ୧୭୯୦ ଜଣ ଛାତ୍ର ଛାତ୍ରୀ ୧୦ ଟି କେନ୍ଦ୍ର ରେ ପରୀକ୍ଷା ଦେଇଥିବା ବେଳେ ପାସ ହାର ପ୍ରାୟ ୯୪.୬୯ ପ୍ରତିଶତ ରହିଥିବା ଦେଖିବାକୁ ମିଳିଛି। ବ୍ଲକରେ ୬ ଜଣ ଛାତ୍ର ଛାତ୍ରୀ ଏ ୧ ଗ୍ରେଡ ରଖିଥିବା ବେଳେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମତୃପୁରୀ ଲାଦରପାଲି , ଅତାବିରାର ଛାତ୍ର ଶୁଭଙ୍କର ସାହୁ ୯୭.୧୬ ପ୍ରତିଶତ ରଖି ବରଗଡ଼ ଜିଲ୍ଲା ଟପ୍ପର ହୋଇ ଅଞ୍ଚଳର ଗୌରବ ରଖିଛନ୍ତି।
ବ୍ଲକରେ ଏ ୨ ଗ୍ରେଡ ରେ ୨୮ ଜଣ,ବି୧ଗ୍ରେଡ ରେ ୮୯ ଜଣ,ବି ୨ ଗ୍ରେଡ ରେ ୧୮୬ ଜଣ, ସି ଗ୍ରେଡ ରେ ୪୩୧ ଜଣ,ଡି ଗ୍ରେଡ ରେ ୫୫୭ ଜଣ ଓ ଇ ଗ୍ରେଡ ରେ ୩୯୮ ଜଣ ପାସ କରିଛନ୍ତି । ପାସ୍ ହାର ବ୍ଲକ ରେ ଆଶାତୀତ ବୃଦ୍ଧି ପାଇଥିବା ନେଇ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି । ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଜିଲ୍ଲା ଟପ୍ପର ହୋଇଥିବା ଛାତ୍ର ଶୁଭଙ୍କର ଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ପହଞ୍ଚିଥିଲେ ତାଙ୍କର ବିଦ୍ୟାଳୟ କୁ ।
Comments are closed.