www.samajalive.in
Saturday, December 13, 2025
26.1 C
Bhubaneswar

ଅଟା ଚକଟୁଛି ରୋବୋଟ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଦିନକୁ ଦିନ କୃତ୍ରିମ ବୁଦ୍ଧିମତାର ଅଗ୍ରଗତି ହେବାରେ ଲାଗିଛି । ଏପରିକି କୃତ୍ରିମ ବୁଦ୍ଧିମତା ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଲାଣି କହିଲେ ଅତ୍ୟୁକ୍ତି ହେବନି । ଏବେ ଏମିତି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରୋବୋଟ୍ ଅଟା ଚକଟୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।

- Advertisement -

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏଶିୟନ ଟେକ୍ନୋଲୋଜି ନାମକ ଏକ ଆକାଉଣ୍ଟରୁ ଅଟା ଚକଟୁଥିବା କୃତ୍ରିମ ବୁଦ୍ଧିମତା ବିଶିଷ୍ଟ ରୋବୋଟର ଭିଡିଓ ପୋଷ୍ଟ କରାଯାଇଛି । ମାତ୍ର କିଛି ସେକେଣ୍ଡର ଏହି ଭାଇରାଲ ଭିଡିଓରେ ଏକ ରୋବଟ୍ ଅଟା ଚକଟୁଛି । ଆଖପାଖରେ କିଛି ଲୋକ ମଧ୍ୟ ଯିବା ଆସିବା କରୁଛନ୍ତି । ଏକ କୁଶଳ ରୋଷେୟା ଭଳି ସେ ଅଟାକୁ ଚକଟୁଥିବା ନଜର ଆସୁଛି । ପୋଷ୍ଟ କରାଯିବା ପରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୪ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିସାରିଛନ୍ତି । ପ୍ରାୟ ୯ ଲକ୍ଷ ୬୦ ହଜାର ଲୋକ ଏହାକୁ ସେୟାର ମଧ୍ୟ କରିଛନ୍ତି ଏବଂ ୨୩ ହଜାରରୁ ଅଧିକ ଲୋକ ଏଥିରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories