www.samajalive.in
Sunday, December 14, 2025
26.1 C
Bhubaneswar

ଅଦିନିଆ ବର୍ଷା; ପଟ୍ଟନାୟକ ପଡ଼ାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ସଦର ପଞ୍ଚାୟତ ୫ ନମ୍ବର ୱାର୍ଡରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ଡ୍ରେନ ସଫା ହେଉ ନଥିବାବେଳେ ଆଉ କେଉଁଠି ଅନାବନା ଗଛ ଉଠି ଡ୍ରେନ ପୋତି ହୋଇ ଗଲାଣି ତ କେଉଁଠି ଭୁଶୁଡ଼ି ପଡ଼ିଛି । ରାସ୍ତାରେ କୁଢ କୁଢ ଅଳିଆ ଆବର୍ଜନା ପଡ଼ି ରହିଛି। ଅଦିନିଆ ବର୍ଷାରେ ଆବର୍ଜନା ପାଣିସବୁ ରାସ୍ତାରେ ଲହଡ଼ି ଭାଙ୍ଗୁଛି । ଜଗନ୍ନାଥ ମନ୍ଦିର ଛକଠାରୁ ଉରୁମଖାଲ ପର୍ଯ୍ୟନ୍ତ ଡ୍ରେନେଜ୍ ସମସ୍ୟା ରହିଛି ।

ସୂଚନାଯୋଗ୍ୟ ଯେ, ଅନେକ ବର୍ଷରୁ ଡ୍ରେନ ନିର୍ମାଣ ହୋଇଥିବାବେଳେ ତାହା ଏବେ ଭାଙ୍ଗି ପୋତି ହୋଇଯିବା ଫଳରେ ସାମାନ୍ୟ ବର୍ଷା ହେଲେ ଅଳିଆ ଆବର୍ଜନା ସବୁ ରାସ୍ତାରେ ଭାସୁଛି । ସେହିପରି ଉରୁମଖାଲ ନିକଟସ୍ଥ ଘରଗୁଡିକରେ ଡ୍ରେନ ଆବର୍ଜନା ପାଣି ଘର ଭିତରେ ପଶୁଛି । ମଶା ମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଅଳିଆ ଆବର୍ଜନା ସବୁ ରାସ୍ତାରେ ପଡ଼ି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଲୋକମାନଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । କିଛି ଲୋକ ଘରର ଯାବତୀୟ ଅଳିଆ ଆବର୍ଜନା ଆଣି ଡ୍ରେନରେ ପକାଉଛନ୍ତି। ଯାହା ଫଳରେ ଏହା ମଧ୍ୟ ଡ୍ରେନ ପୋତି ହେବାର ମୁଖ୍ୟ କାରଣ ସାଜିଛି । ବର୍ଷା ଋତୁକୁ ଆଖି ଆଗରେ ରଖି ଲୋକେ ଯେମିତି ଡେଙ୍ଗୁ, ଝାଡ଼ାବାନ୍ତି ଭଳି ଭୟଙ୍କର ରୋଗର ଶିକାର ନ ହୁଅନ୍ତି ସେଥିପାଇଁ ପଟ୍ଟନାୟକ ପଡ଼ାର କିଛି ଶିକ୍ଷିତ ସଚେତନ ନାଗରିକ ଏହାର ସଫେଇ ଏବଂ ଡ୍ରେନ ନବୀକରଣ ପାଇଁ ଦାବି କରିଛନ୍ତି । ଏ ବିଷୟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବିଷ୍ୟତ ପଟେଲଙ୍କୁ ପଚାରିବାରୁ ପ୍ଲାନରେ ଅଛି ଆଗକୁ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories