www.samajalive.in
Monday, December 8, 2025
27.1 C
Bhubaneswar

୫୮ଟି ଲୋକସଭା ଆସନରେ ମତଦାନ ଶେଷ, ମତଦାନ ହାର ୬୧.୭୬%

ଡେସ୍କ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗତକାଲି ୬୧.୭୬% ମତଦାନ ହୋଇଛି। ୬ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ନିର୍ବାଚନ ମଣ୍ଡଳୀରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିଲା। ଉତ୍ତରପ୍ରଦେଶର ୧୪ଟି, ହରିୟାଣାର ସମସ୍ତ ୧୦ଟି, ବିହାର ଓ ପଶ୍ଚିମବଙ୍ଗର ୮ଟି ଲେଖାଏଁ ଆସନ, ଦିଲ୍ଲୀର ସମସ୍ତ ୭ଟି, ଓଡ଼ିଶାର ୬ଟି, ଝାଡ଼ଖଣ୍ଡର ୪ଟି ଏବଂ ଜମ୍ମୁ-କଶ୍ମୀରର ଗୋଟିଏ ଆସନରେ ମତଦାନ ହୋଇଛି।

କାମ୍ବୋଡ଼ିଆକୁ ବାଘ ଦେବ ଭାରତ

- Advertisement -

ଜମ୍ମୁ-କଶ୍ମୀରର ଅନନ୍ତନାଗ-ରାଜୌରୀ ଲୋକସଭା ଆସନରେ ୫୪%ରୁ ଅଧିକ ମତଦାନ ହୋଇଛି, ଯାହା କି ଗତ ୩୫ ବର୍ଷ ମଧ୍ୟରେ ସର୍ବାଧିକ। ବିହାରରେ ୫୫%, ହରିୟାଣାରେ ପ୍ରାୟ ୬୨%, ଝାଡ଼ଖଣ୍ଡରେ ୬୪% ଏବଂ ଦିଲ୍ଲୀରେ ପ୍ରାୟ ୫୮% ମତଦାନ ହୋଇଛି। ଓଡ଼ିଶାରେ ୭୧%, ଉତ୍ତରପ୍ରଦେଶରେ ୫୪% ଓ ପଶ୍ଚିମବଙ୍ଗରେ ୮୦% ମତଦାନ ହୋଇଛି।

ଗେମିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ: ୨୭ ମୃତ

ଏହି ପର୍ଯ୍ୟାୟରେ ମୋଟ ୮୮୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ। ଏମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ, ମେନକା ଗାନ୍ଧୀ, ମନୋହର ଲାଲ ଓ ମନୋଜ ତିୱାରୀ, କଂଗ୍ରେସ ନେତା ଦୀପେନ୍ଦ୍ର ସିଂ ହୁଡା, କୁମାରୀ ଶୈଲଜା, ରାଜ ବବର ଏବଂ କହ୍ନେୟା କୁମାର ଅଛନ୍ତି। ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି।

ବଢୁଛି ସନ୍ଦେହ – ଜଣେ ଭୋଟର, ଦୁଇ ପ୍ରକାର ଡିଜିଟାଲ ଚିରିକୁଟି

ଗତକାଲି ଓଡ଼ିଶା ବିଧାନସଭାର ୪୨ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ଏଥିରେ ପ୍ରାୟ ୭୧% ମତଦାନ ହୋଇଛି।

ଷଷ୍ଠ ପର୍ଯ୍ୟାୟ ମତଦାନ ସରିବା ପରେ ଏବେ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୮୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇଛି। ସେହିପରି ଅରୁଣାଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ୧୦୫ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି। ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଜୁନ୍ ପହିଲାରେ ୫୭ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।

କେମିତି କଟିବ ଦିନ: ସାପ୍ତାହିକ ରାଶିଫଳ

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories