www.samajalive.in
Sunday, December 14, 2025
26.1 C
Bhubaneswar

କାକଟପୁର, ନିଆଳିରେ ପାଣ୍ଡିଆନଙ୍କ ପ୍ରଚାର

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୨୫ ତାରିଖରେ ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ପୁରୀ ଜିଲାର କାକଟପୁର ଏବଂ ନିଆଳି ଅଞ୍ଚଳରେ ପ୍ରଚାର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଉଭୟ ସ୍ଥାନରେ ଆୟୋଜିତ ଜନସଭାରେ ବହୁ ସଂଖ୍ୟାରେ କର୍ମୀ ଏବଂ ଜନସାଧାରଣ ଯୋଗଦେଇଥିଲେ। ପାଣ୍ଡିଆନ ଲୋକଙ୍କୁ ଉଦ୍‌‌ବୋଧନ ଦେଇ ଚଳିତ ନିର୍ବାଚନରେ ବିଜେଡିକୁ ପୁଣି ଥରେ କ୍ଷମତାସୀନ କରିବା ପାଇଁ ଅନୁରୋଧ କରିଥିଲେ।

ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଆଗାମୀ ୧୦ ତାରିଖରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ସର୍ବପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ। ଜୁଲାଇ ମାସରୁ ଲୋକଙ୍କୁ ବିଜୁଳି ବିଲ୍‌‌ ଦେବାକୁ ପଡ଼ିବ ନାହିଁ।

- Advertisement -

ସେହିପରି ମୁଖ୍ୟମନ୍ତ୍ରୀଙ୍କ ୨ୟ କାର୍ଯ୍ୟ ହେବ ବିଏସକେୱାଇ (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା)ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ହୋଇଥିବା ଘୋଷଣାରେ ଦସ୍ତଖତ କରିବା। ସମସ୍ତ ମଧ୍ୟବିତ୍ତ ପରିବାର ଏହାର ସୁବିଧା ପାଇପାରିବେ। ଅନ୍ୟପଟେ ତୃତୀୟତଃ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ପରେ ମିଶନଶକ୍ତି ମହିଳାମାନଙ୍କୁ ପେନସନ ଯୋଜନା ଉପରେ ଦସ୍ତଖତ କରିବେ ବୋଲି ପାଣ୍ଡିଆନ କହିଥିଲେ। ଉଭୟ ସ୍ଥାନରେ ହୋଇଥିବା ଜନସଭାରେ ବିଜେଡିର ସ୍ଥାନୀୟ ବିଧାନସଭା ପ୍ରାର୍ଥୀ ଏବଂ ଲୋକସଭା ପ୍ରାର୍ଥୀ ଉପସ୍ଥିତ ରହିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories