www.samajalive.in
Friday, December 5, 2025
20.1 C
Bhubaneswar

ହ୍ବାଟ୍ସଆପ୍‌ରେ କେମିତି କରିବେ ସ୍କ୍ରିନ୍ ଶେୟାର, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ଇନ୍‌ଷ୍ଟାଣ୍ଟ ମଲ୍ଟିମିଡିଆ ମେସେଜିଂ ଆପ୍ ହ୍ବାଟ୍ସଆପ୍ ଆଜିକାଲି ବହୁଳ ମାତ୍ରାରେ ବ୍ୟବହୃତ ହେଉଛି। ଗ୍ରୁପ୍‌ ଭିଡିଓ କଲ୍‌ ପାଇଁ ଏବେ ଜୁମ୍‌, ମୀଟ୍‌ ଓ ଟିମ୍ସ ପରିବର୍ତ୍ତେ ହ୍ବାଟ୍ସଆପ୍‌ ବ୍ୟବହୃତ ହେଉଛି। ହ୍ବାଟ୍ସଆପ୍ ଧୀରେ ଧୀରେ ଏକ ପ୍ରୋଫେସନାଲ କମ୍ୟୁନିକେସନ ପ୍ଲାଟଫର୍ମ ହୋଇଗଲାଣି। ହ୍ବାଟ୍ସଆପ୍ ମଧ୍ୟ ସମୟ ସହିତ ଖାପ ଖୁଆଇ ନିଜକୁ ପ୍ରସ୍ତୁତ ରଖୁଛି। ପୂର୍ବରୁ ସ୍କ୍ରିନ୍ ଶେୟାର ପାଇଁ ଏକ ଆପ୍ ଡାଉନଲୋଡ୍ କରିବାକୁ ପଡୁଥିଲା, କିନ୍ତୁ ଏବେ ଆଉ ଏହାର ଆବଶ୍ୟକତା ନାହିଁ। ଏବେ ଆପଣ ହ୍ବାଟ୍ସଆପ୍‌ରେ ହିଁ ସ୍କ୍ରିନ୍ ଶେୟାର କରିପାରିବେ। କିଛି ଲୋକ ଏ ବିଷୟରେ ଅବଗତ ଥିବେ, କିନ୍ତୁ ଅନେକ ଲୋକ ଏହା ବିଷୟରେ ଜାଣି ନାହାନ୍ତି। ଆସନ୍ତୁ ଜାଣିବା ହ୍ବାଟ୍ସଆପ୍‌ରେ ସ୍କ୍ରିନ୍‌ ଶେୟାର କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ –

– ପ୍ରଥମେ ହ୍ବାଟ୍ସଆପ୍‌ ଆପ୍‌କୁ ଅପ୍‌ଡେଟ୍‌ କରନ୍ତୁ।
– ଏହାପରେ ଯାହାଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ଚାହୁଁଛନ୍ତି ତାଙ୍କୁ କଲ୍‌ କରନ୍ତୁ।
– ଏବେ ତଳେ ଆପଣଙ୍କୁ ଅନେକ ଅପ୍ସନ ମିଳିବ।
– ସେଥି ମଧ୍ୟରୁ ଗୋଟିଏ ଆଇକନ୍‌ରେ ଫରଓ୍ବାର୍ଡକୁ ସୂଚାଉଥିବା ତୀର ଚିହ୍ନ ଥିବ।
– ତା’ ଉପରେ କ୍ଲିକ୍‌ କରି Start now ଉପରେ କ୍ଲିକ୍‌ କରନ୍ତୁ।
– ଏହାପରେ ସ୍କ୍ରିନ୍‌ ଶେୟାର ହେବା ଆରମ୍ଭ ହୋଇଯିବ।

- Advertisement -

ସ୍କ୍ରିନ୍ ଶେୟାରିଂ ସମୟରେ, ଫୋନରେ ବ୍ୟାଙ୍କିଙ୍ଗ୍ ଆପ୍ କିମ୍ବା ଏପରି କୌଣସି ଆପ୍ ଖୋଲନ୍ତୁ ନାହିଁ, ଯାହାଦ୍ଵାରା ଆପଣଙ୍କର କ୍ଷତି ହୋଇପାରେ। କାରଣ ସ୍କ୍ରିନ୍ ଶେୟାରିଂ ସମୟରେ ଅନ୍ୟ ବ୍ୟକ୍ତି ଜଣକ ଆପଣଙ୍କ ଫୋନରେ ଘଟୁଥିବା ପ୍ରତ୍ୟେକ କାର୍ଯ୍ୟ ଦେଖିପାରେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories