www.samajalive.in
Saturday, December 13, 2025
21.1 C
Bhubaneswar

ସର୍ବବୃହତ ବାଲୁକା ସାନ୍ତାକ୍ଲଜ

ପୁରୀ : ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ନିର୍ମିତ ହୋଇଛି ୨ଟି ଆକର୍ଷଣୀୟ ବାଲୁକା ସାନ୍ତାକ୍ଲଜ। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାନ୍ଥନିବାସ ସମ୍ମୁଖ ବେଳାଭୂମିରେ ୧୦୦ଫୁଟ ଚଉଡ଼ା ଏବଂ ୩୦ଫୁଟ ଉଚ୍ଚତା ବିଶିଷ୍ଟ ସାନ୍ତାକ୍ଲଜ ନିର୍ମାଣ କରିଛନ୍ତି। ସେଥିରେ ୮ଶହ ଟନ ବାଲି ସମେତ ୧୦ହଜାର ପ୍ଲାଷ୍ଟିକ ବୋତଲ ବ୍ୟବହାର କରାଯାଇଛି। ଏହି ବାଲୁକାମୂର୍ତ୍ତି ନିର୍ମାଣ ପାଇଁ ସୁଦର୍ଶନଙ୍କ ସମେତ ୪୦ ସହଯୋଗୀଙ୍କୁ ୨ଦିନ ସମୟ ଲାଗିଛି। ପଲିଥିନ ଓ ପ୍ଲାଷ୍ଟିକ ବିରୋଧରେ ଜନସଚେତନତା ସୃଷ୍ଟି ନିମନ୍ତେ ଏପରି ବାଲୁକାମୂର୍ତ୍ତି ନିର୍ମାଣ କରାଯାଇଥିବା ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ଏହା ବିଶ୍ବର ସର୍ବବୃହତ୍‌ ବାଲୁକା ସାନ୍ତାକ୍ଲଜ ବୋଲି ସେ ଦାବି କରିଛନ୍ତି। ସେହିପରି ବାଲୁକାଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ବାରା ବଳିଆପଣ୍ଡା ବେଳାଭୂମିରେ ୨ଟି ବାଲୁକା ସାନ୍ତାକ୍ଲଜ ନିର୍ମିତ ହୋଇଛି। ବାଲୁକାକଳା ମାଧ୍ୟମରେ ଦେଶବାସୀଙ୍କୁ ମେରୀ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି ମାନସ। ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ଏବଂ ନାଲକୋ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ସୋମବାର ତାହାକୁ ଦେଖି ପ୍ରଶଂସା କରିଛନ୍ତି। ୧୨ଫୁଟ ଉଚ୍ଚ ଏବଂ ୧୫ଫୁଟ ଚଉଡ଼ା ବିଶିଷ୍ଟ ୨ଟି ବାଲୁକା ସାନ୍ତାକ୍ଲଜ ସମେତ ମଦର ମେରୀ ଓ ଯିଶୁଙ୍କ ରଙ୍ଗୀନ ବାଲୁକାମୂର୍ତ୍ତି ମାନସ ନିର୍ମାଣ କରିଛନ୍ତି। ସୁଦର୍ଶନ ଓ ମାନସଙ୍କ ବାଲୁକା ସାନ୍ତାକ୍ଲଜ ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଅଧିବାସୀଙ୍କ ଗହଳି ପରିଲକ୍ଷିତ ହୋଇଛି। ସେହିପରି ବାଲୁକାଶିଳ୍ପୀ ମନମୋହନ ମହାପାତ୍ର ବେଳାଭୂମିରେ ନୂଆବର୍ଷ ଉପଲକ୍ଷେ ବାଲୁକାମୂର୍ତ୍ତି ନିର୍ମାଣ କରିଥିବା ଜଣାପଡିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories