www.samajalive.in
Monday, December 8, 2025
13.1 C
Bhubaneswar

ଆର୍‌ସିବିର ବିଦାୟ; କ୍ବାଲିଫାୟର-୨ରେ ରାଜସ୍ଥାନ

ଅହମ୍ମଦାବାଦ : ଚଳିତ ଆଇପିଏଲ୍‌ର କ୍ବାଲିଫାୟର-୨ରେ ପ୍ରବେଶ କରିଛି ରାଜସ୍ଥାନ ରୟାଲ୍‌ସ। ଏଲିମିନେଟର ମ୍ୟାଚ୍‌ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ୪ ୱିକେଟ୍‌ରେ ରାଜସ୍ଥାନ ପରାସ୍ତ କରିଛି। ବିରାଟ କୋହଲି, ରଜତ ପଟିଦାର ଓ ମହିପାଳ ଲୋମରୋରଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୯ ୱିକେଟ୍‌ରେ ୧୭୨ ରନ୍‌ କରିଥିଲା। ଯଶସ୍ବୀ ଜୟସୱାଲ, ରିୟାନ ପରାଗ ଓ ସିମ୍ରନ୍ ହେତ୍‌ମେୟରଙ୍କ ଲଢ଼ୁଆ ଇନିଂସ ବଳରେ ୬ଟି ବଲ୍‌ ବାକିଥାଇ ୬ ୱିକେଟ୍‌ ହରାଇ ରାଜସ୍ଥାନ ଜିତିଥିଲା। ଶୁକ୍ରବାର ସନ୍‌ରାଇଜର୍ସ ବିପକ୍ଷରେ ରାଜସ୍ଥାନ କ୍ବାଲିଫାୟର-୨ ଖେଳିବ। ଏହାର ବି‌େ‌ଜତା କେକେଆର୍ ସହ ଫାଇନାଲ ଖେଳିବ। ପରାଜୟ ସହ ଆର୍‌ସିବି ବିଦାୟ ନେଇଛି। ଦୃଢ଼ତାର ସହ ରାଜସ୍ଥାନ ରୟାଲ୍‌ସ ୧୭୩ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିଲା। ଓପ୍‌ନିଂ ଯୋଡ଼ି ୪୬ ରନ୍‌ କରିବା ପରେ ଟମ୍ କୋହଲ୍‌ର-କାଡ୍‌ମୋର ଆଉଟ୍‌ ହୋଇଥିଲେ। ଇଂଲଣ୍ଡର କାଡ୍‌ମୋର ୧୫ ବଲ୍‌ରୁ ୪ଟି ଚୌକା ସହ ୨୦ ରନ୍‌ କରିଥିଲେ। ପରେ ଓପ୍‌ନର ଯଶସ୍ବୀ ଜୟସୱାଲ ଓ ଫର୍ମରେ ଥିବା ଅଧିନାୟକ ସଞ୍ଜୁ ସାମ୍‌ସନ ୨ୟ ୱିକେଟ୍‌ ପାଇଁ ୩୫ ରନ୍‌ ଯୋଡ଼ିଥିଲେ। ବାମହାତି ଜୟସୱାଲ ୩୦ ବଲ୍‌ରୁ ୮ଟି ଚୌକା ସହ ୪୫ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ପରେପରେ ସଞ୍ଜୁ ସାମ୍‌ସନ ଆଉଟ୍‌ ହୋଇଯିବା ରାଜସ୍ଥାନ ପାଇଁ ଶକ୍ତ ଧକ୍କା ଥିଲା। ସାମ୍‌ସନ ୧୩ ବଲ୍‌ରୁ ଗୋଟିଏ ଛକା ସହ ୧୭ ରନ୍‌ କରିଥିଲେ। ଧ୍ରୁବ ଜୁରେଲ ୮ ରନ୍‌କରି ରନ୍‌ଆଉଟ୍‌ ହୋଇ ଯାଇଥିଲେ। ଶେଷ ୬ ଓଭରରୁ ରାଜସ୍ଥାନ ୫୮ ରନ୍ ଆବଶ୍ୟକ କରୁଥିଲା। ରିୟାନ ପରାଗ ଓ ସିମ୍ରନ୍ ହେତ୍‌ମେୟର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁହେଁ ଦ୍ରୁତ ୪୫ ରନ୍‌ ଯୋଡ଼ିବା ପରେ ଗୋଟିଏ ଓଭରରେ ମହମ୍ମଦ ସିରାଜ୍‌ଙ୍କ ଶିକାର ହୋଇଥିଲେ। ପରାଗ ୨୬ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୬ ରନ୍‌ କରିଥିଲେ। ହେତ୍‌ମେୟର ୨୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୬ ରନ୍‌ କରିଥିଲେ। ରୋଭ୍‌ମ୍ୟାନ୍ ପୱେଲ୍‌ ୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍‌ରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ମହମ୍ମଦ ସିରାଜ୍ ୨ଟି ୱିକେଟ୍‌ ନେଇଥିଲେ। ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂ କରିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓପ୍‌ନିଂ ଯୋଡ଼ିରେ ୩୭ ରନ୍‌ କରିଥିଲା। ରୋଭ୍‌ମ୍ୟାନ ପୱେଲଙ୍କ ଦର୍ଶନୀୟ କ୍ୟାଚ୍‌ରେ ଅଧିନାୟକ ଫାଫ୍ ଡୁ ପ୍ଲେସି ୧୪ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ରନ୍‌କରି ବିଦାୟ ନେଇଥିଲେ। ୮ମ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିବା ବିରାଟ କୋହଲି ୨୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୩ ରନ୍‌କରି ବିଦାୟ ନେଇଥିଲେ। କାମେରନ୍ ଗ୍ରୀନ୍‌ ଓ ରଜତ ପଟିଦାର ୩ୟ ୱିକେଟ୍‌ ପାଇଁ ୩୧ ବଲ୍‌ରୁ ୪୧ ରନ୍‌ ଯୋଡ଼ିଥିଲେ। ଅଷ୍ଟ୍ରେଲୀୟ ଗ୍ରୀନ୍ ୨୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍‌କରି ବିଦାୟ ନେଇଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ପୁଣି ବିଫଳ ​‌େ​‌ହାଇ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ଭଲ ବ୍ୟାଟିଂ କରିଥିବା ରଜତ ପଟିଦାର ୨୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୪ ରନ୍‌ କରିଥିଲେ। ମହିପାଳ ଲୋମରୋରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଆର୍‌ସିବି ୧୭୨ ରନ୍‌ରେ ପହଞ୍ଚି ପାରିଥିଲା। ମହିପାଳ ଲୋମରୋର୍‌ ୧୭ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୨ ରନ୍‌ କରିଥିଲେ। ଦିନେଶ କାର୍ତ୍ତିକ ୧୩ ବଲ୍‌ରୁ ମାତ୍ର ୧୧ ରନ୍‌ କରି ପାରିଥିଲେ। ଆଭେସ୍ ଖାଁ ୩ଟି ୱିକେଟ୍‌ ନେଇଥିଲେ। ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରୁ ମାତ୍ର ୧୯ ରନ୍‌ ଦେଇ ୨ଟି ୱିକେଟ୍‌ ନେଇ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories