www.samajalive.in
Thursday, December 11, 2025
16.1 C
Bhubaneswar

ପଡ଼ି ସାମଗ୍ରୀ ବଣ୍ଟନରେ ଅନିୟମିତତା

ଆଠଗଡ଼: ଆଠଗଡ଼ ବ୍ଲକର ମେଘା ପଞ୍ଚାୟତ ଅନ୍ତର୍ଗତ ଦାଶପୁର ଗ୍ରାମର ୯ନଂ ୱାର୍ଡରେ ରାସନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଏବଂ ହିତାଧିକାରୀ ୪ମାସର ଚାଉଳ ପାଇନଥିବା ନେଇ ଅଭିଯୋଗ କରିଛନ୍ତି। ଉକ୍ତ ଅଞ୍ଚଳର ଡିଲର ୯ନଂ ୱାର୍ଡର ୬୨ଜଣ ରାସନ କାର୍ଡଧାରୀଙ୍କର ଜାନୁଆରୀ ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଚାଉଳ ଦେଇନଥିବା ସଂପୃକ୍ତ ଗ୍ରାମବାସୀ ସୋମବାର ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟକୁ ଆସି ସହକାରୀ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। କେବଳ ୯ନଂ ୱାର୍ଡ ନୁହେଁ ବରଂ ଦାଶପୁର ଗ୍ରାମର ଶତାଧିକ ଲୋକ ୪ମାସର ପଡ଼ି ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ପିଓଏସ୍‌‌ ମେସିନରେ ହିତାଧିକାରୀଙ୍କର ଆଙ୍ଗୁଠି ଛାପ ନେଇ ସଂପୃକ୍ତ ଡିଲର ଚାଉଳ ଦେଇନଥିବା ଗୁରୁତର ଅଭିଯୋଗ ହୋଇଛି। ପୂର୍ବରୁ ଗତ ଫେବୃଆରୀ ଓ ମାର୍ଚ୍ଚମାସରେ ଏ ସଂପର୍କରେ ମେଘା ସରପଞ୍ଚ ଓ ଯୋଗାଣ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପଞ୍ଚାୟତସ୍ତରରେ ଏହାର ସମାଧାନ କରାଯିବ ଏବଂ ହିତାଧିକାରୀଙ୍କୁ ତାଙ୍କ ପ୍ରାପ୍ୟ ଚାଉଳ ସଂପୃକ୍ତ ଡିଲର ପ୍ରଦାନ କରିବେ ବୋଲି ସରପଞ୍ଚ କହିଥିବା ଗ୍ରାମବାସୀ ସୂଚନା ଦେଇଥିଲେ। ତେବେ ଇତି ମଧ୍ୟରେ ଆଉ ଦୁଇମାସ ବିତି ଯାଇଥିଲେ ମଧ୍ୟ ହିତାଧିକାରୀ ଚାଉଳ ନପାଇବାରୁ ଆଜି ଆଠଗଡ଼ ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସଙ୍କୁ ଭେଟି ଅଭିଯୋଗ କରିଥିଲେ। ଶ୍ରୀ ଦାସ ଆଠଗଡ଼ ବ୍ଲକର ଯୋଗାଣ ନିରୀକ୍ଷକ ମିଥୁନ ବେହେରାଙ୍କ ସହ ଆଲୋଚନା କରି ୨-୪ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଦାଶପୁର ଗ୍ରାମବାସୀ ଫେରିଯାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories